ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : କରୋନା ମହାମାରୀ ସମୟରେ ରକ୍ତର ଅଭାବକୁ ନଜରରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଅଗଷ୍ଟ ୯ କ୍ରାନ୍ତି ଦିବସ ରୁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି କ୍ରମରେ ଗତକାଲି ରାଜଗାଙ୍ଗପୁର ସହରାଞ୍ଚଳ ସ୍ଥିତ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ରାଜଗାଙ୍ଗପୁର ବିଜୁ ଜନତା ଦଳ ପକ୍ଷରୁ ‘ମୋ ଓଡିଶା ମୋ ପରିବାର’ ଓ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ବିଜେଡି ସାଂସଦ ପ୍ରାର୍ଥିନୀ ତଥା ମୋ ଓଡିଶା ମୋ ପରିବାରର ସଂଯୋଜକ ସୁନିତା ବିଶ୍ୱାଳ ଫିତା କାଟି ଉଦଘାଟନ କରିଥିଲେ । ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋ, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଏମା ଏକ୍କା, ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ବୈକୁଣ୍ଠ ନାଏକ, ବିଜୁ ଛାତ୍ର ଜନତା ଦଳର ସଭାପତି ରାଣା ପ୍ରତାପ ସିଂ, ସମ୍ପାଦକ ରାଘବେନ୍ଦ୍ର ଠାକୁର ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗୀୟ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ସ୍ଥାନୀୟ ଯୁବକ ଓ ଯୁବତୀ ସ୍ବେଚ୍ଛାକୃତ ଭାବରେ ୬୦ ୟୁନିଟ ରକ୍ତଦାନ କରିଥିଲେ । ରକ୍ତଦାନ କରଥିବା ସ୍ବେଛାସେବୀଙ୍କୁ ଜୀବନବିନ୍ଦୁ ତରଫରୁ ଏକ ଟି-ସାର୍ଟ, ମାସ୍କ ସହିତ ପରିବେଶକୁ ସବୁଜ କରିବା ପାଇଁ ଏକ ଚାରା ଗଛ ଉପହାର ସ୍ଵରୂପ ପ୍ରଦାନ କରାଯାଇଥିଲା ।
ଏହି ରକ୍ତଦାନ ଶିବିରଟିକୁ ରାଜଗାଙ୍ଗପୁର ବିଜୁ ଜନତା ଦଳର ଟାଉନ ସଭାପତି ରାଜେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ରାଜଗାଙ୍ଗପୁର ବିଜେଡି ଯୁବ ଛାତ୍ର ସଭାପତି ବିଶ୍ୱପ୍ରକାଶ ବେହେରା, ରାଜେନ୍ଦ୍ର ଲେଙ୍କା, ଏମଡି ମୋବିନ,ଏମ ଡି ତୋହିତ, ରାଜେଶ ରଣା, ରାଜେନ୍ଦ୍ର ମହାନ୍ତି, ଏଖିଲେଶ ଦାସ, ସୁଧୀର ସା, ପ୍ରତାପ ସାହୁ ପ୍ରମୁଖ ପରିଚାଳନାରେ ସାହାଯ୍ୟ କରିଥିଲେ । ଏହି ଶିବିରରେ ରାଉରକେଲା ରକ୍ତଭଣ୍ଡାରର ସ୍ୱାସ୍ଥ୍ୟକର୍ମୀଙ୍କ ସହ ରାଜଗାଙ୍ଗପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ପ୍ରଧାନ, ଲିଙ୍ଗରାଜ ପୃଷ୍ଟି, ଉମାକାନ୍ତ ମହାପାତ୍ର ସହଯୋଗ କରିଥିଲେ ।