![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୬/୦୯ : କରୋନା ମହାମାରି ସମୟରେ ଯେପରି ରାଜ୍ୟର ରକ୍ତ ଭଣ୍ଡାରଗୁୁୁୁଡିକରେ ରକ୍ତର ଅଭାବ ନ ହୁଏ, ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରସ୍ଥ ଡାକବଙ୍ଗଳା ଠାରେ ରାଜଗାଙ୍ଗପୁର ବିଜୁ ଜନତା ଦଳ ଆନୁକୁଲ୍ୟରେ ଆଜି, ସେପ୍ଟେମ୍ବର ୬ ତାରିଖ ରବିବାର ଦିନ ‘ଜୀବନ ବିନ୍ଦୁ’ ଓ ‘ମୋ ପରିବାର’ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ପୂର୍ବତନ ରାଜଗାଙ୍ଗପୁର ଟାଉନ ସଭାପତି ଅମରେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ ‘ମୋ ପରିବାର’ ରାଜ୍ୟଶାଖା ସଦସ୍ୟା ସୁନିତା ବିଶ୍ୱାଳ ଉଦଘାଟନ କରିଥିଲେ ।
![](https://i0.wp.com/kalingajyoti.com/wp-content/uploads/2020/09/rrg.jpg?resize=1024%2C554&ssl=1)
ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ମଙ୍ଗଳା କିଷାନ ଏବଂ ରାଜଗାଙ୍ଗପୁର ଥାନାର ନୂତନ ଏସ.ଡି.ପି.ଓ. ଶଶାଙ୍କ ଶେଖର ବେଉରା ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ତଲସରା ବିଧାୟକ ପ୍ରାର୍ଥୀ ସ୍ଟେପନ ସୋରେନ, ବିଜେଡି ମହିଳା ମୋର୍ଚ୍ଚା ପର୍ଯ୍ୟବେକ୍ଷୀକା ମିନତୀ ଦେବତା, ରାଉଲକେଲା ପୌରପାଳିକାର ପୂର୍ବତନ ଚେୟାରମେନ ରଶ୍ମିଵାଳା ମିଶ୍ର, ସୁନ୍ଦରଗଡ଼ ପୌରପାଳିକାର ପୂର୍ବତନ ଚେୟାରମେନ ବେଣୁଧର ତଣ୍ଡିଆ, ରାଜଗାଙ୍ଗପୁର ପୌରପାଳିକାର ପୂର୍ବତନ ଚେୟାରମେନ ସୁଶ୍ରୀତା ପାଇକରାଏ, ସୁନ୍ଦରଗଡ଼ ବିଜୁ ଜନତା ଦଳର ପୂର୍ବତନ ଜେନେରାଲ ସେକ୍ରେଟାରୀ ବିନୟ ପଣ୍ଡା, ବିଜେଡି ରାଜଗାଙ୍ଗପୁର ବ୍ଲକ ସଭାପତି ରାମ କୁଜୁର, କୁନମୁରୁ ଗ୍ରାମ ପଞ୍ଚାୟତ ସମିତି ମେମ୍ବର ବସନ୍ତ ଟପ୍ପୋ, ବିଜେଡି ଷ୍ଟେଟ କାଉନସିଲ ମେମ୍ବର ଜିତୁ ଦାସ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ ।