ଲାଇଙ୍ଗ / ରାଜଗାଙ୍ଗପୁର (କଳିଙ୍ଗ ଜ୍ୟୋତି / ସୌମ୍ୟଜୀତ ସ୍ୱାଇଁ), ୦୪/୦୭ : କରୋନା ମାହାମାରି ନିଜର କାୟା ବିସ୍ତାର କରିବାରେ ଲାଗିଛି। ସମଗ୍ର ବିଶ୍ୱ ଏହା ପ୍ରଭାବରେ ପ୍ରଭାବିତ । ଏଥିରୁ ଓଡିଶା ମଧ୍ୟ ବାଦ ପଡିନି। ସୁନ୍ଦରଗଡ ଜିଲ୍ଲାରେ ଆଜି ୩୬ ଜଣ କରୋନା ରେ ଆକ୍ରାନ୍ତ ହୋଇଥିବା ବେଳେ ରାଜଗାଙ୍ଗପୁର ବ୍ଲକ ର ଲାଇଙ୍ଗ ପଞ୍ଚାୟତ ରେ ଜଣେ କରୋନା ପଜିଟିଭ ଚିନ୍ହଟ ହୋଇଛି।
ଆକ୍ରାନ୍ତ ଜଣକ ଗତ ୧୯ ତାରିଖ ଦିନ ପଞ୍ଜାବ ରୁ ଆସିଥିଲେ ଓ ୭ ଦିନ ସଂଘରୋଧ ଗୃହରେ ରହିବା ପରେ ତାଙ୍କୁ ହୋମ କ୍ୟାରେଣ୍ଟାଇନ ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କର ଦେହ ଖରାପ ହେବାରୁ ତାଙ୍କୁ ଲାଇଙ୍ଗ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରୁ ରାଉରକେଲା ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ଗତ କାଲି ସନ୍ଧ୍ୟାରେ ପ୍ରବାସୀ ଜଣକ କରୋନା ପଜିଟିଭ ଥିବା ଜଣାପଡିଥିଲା।
ଫଳରେ ଆଜି ବ୍ଲକ ଉନ୍ନୟନ ଅଧିକାରୀ,ତହସିଲଦାର ଓ ସରପଞ୍ଚ ଙ୍କ ଉପସ୍ଥିତି ରେ ଧନ ଜୀବନ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ଲାଇଙ୍ଗ ଗ୍ରାମପଞ୍ଚାୟତ ଅଧିନସ୍ଥ ଗ୍ରାମ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ କଳକାରଖାନା କୁ ସମ୍ପୂର୍ଣ୍ଣ ରୂପେ ଆଜି ଦିନ ୧୨ ଘଟିକା ସମୟରୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି।ପ୍ରଶାସନ ପକ୍ଷରୁ ପୁରା ପଞ୍ଚାୟତ କୁ କରୋନା ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ର ପଦକ୍ଷେପ ନିଆଯାଉଛି ବୋଲି ସରପଞ୍ଚ ନରସିଂହ ମିଞ୍ଜ କହିଛନ୍ତି।