ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୮।୬ : ଚିନ୍ତା ବଢ଼ାଇଲାଣି ରାଜଧାନୀ, ଆଜି ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଅଛନ୍ତି ୫ ପୁରୁଷ-ଜଣେ ମହିଳା ସେଥିମଧ୍ୟରେ ୩ଜଣ ହୋମ୍ କ୍ୱାରାଣ୍ଟାଇନ୍ର ଥିବା ବେଳେ ୩ ଲୋକାଲ୍ କେସ୍ ରହିଛି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି। ସେଥିରୁ ୧୬୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଏବେ ୧୨୨ ଆକ୍ଟିଭ୍ କେସ୍ ରହିଥିବା ବିଏମ୍ସି ପକ୍ଷରୁ ରବିବାର ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ଲୋକାଲ୍ କେସ୍ ମଧ୍ୟରେ ବେସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଜଣେ ୨୪ ବର୍ଷୀୟ ମହିଳା,ଟଙ୍କପାଣି ରୋଡ ଅଞ୍ଚଳର ୫୫ ବର୍ଷୀୟ ପୁରଷ, ଫରେଷ୍ଟ ପାର୍କ ଅଞ୍ଚଳର ୩୬ ବର୍ଷୀୟ ପୁରୁଷ ଅଛନ୍ତି । ସେହିଭଳି ନୂତନ ହୋମ୍ କ୍ୱାରାଣ୍ଟାଇନ୍ ଆକ୍ରାନ୍ତଙ୍କ ମଧ୍ୟରେ ଡୁମ୍ଡୁମା ଫେଜ୍-୧ର ୨୪ ବର୍ଷୀୟ ପୁରୁଷ, ଆଇଆର୍ସି ଭିଲେଜ୍ ନୟାପଲ୍ଲୀର ଜଣେ ୪୧ ବର୍ଷୀୟ ପୁରୁଷ, ବାପୁଜି ନଗର ଅଞ୍ଚଳର ୩୮ ବର୍ଷୀୟ ପୁରୁଷ ଅଛନ୍ତି। ସେହିଭଳି ୧୯ଜଣ ସୁସ୍ଥ ହୋଇଛନ୍ତି। ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।