ରାଜ୍ୟରେ ପୁଣି ୬୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ସହ ମୃତ୍ୟୁ ସଂଖ୍ୟା ୬ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭ କୁ ବୃଦ୍ଧି ଓ ମୃତ୍ୟୁ ସଂଖ୍ୟା ୧୦୩ କୁ ବୃଦ୍ଧି
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୭ : ଆଜି ରାଜ୍ୟରେ ୬୪୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୪୩୧ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୧୬ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/y56y65y56.jpg?resize=430%2C322&ssl=1)
ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୨,୯୦୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୭୧୫ ରହିଛି।
ପୁଣି କରୋନା ନେଇଛି ୬ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୦୩ କୁ ବୃଦ୍ଧି ପାଇଛି।
କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ରାୟଗଡା, ଗଜପତି, କଟକ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ କରୋନା କାରଣରୁ ହୋଇଛି।
ଅନ୍ୟ କାରଣରୁ ୨ ଜଣ କରୋନା ପଜିଟିଭ୍ ଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ମୃତକଙ୍କ ସଂଖ୍ୟା ୩୦ କୁ ବୃଦ୍ଧି ହୋଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଛଅ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।
୧- କେନ୍ଦ୍ରାପଡା ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଇଣ୍ଟ୍ରା-କ୍ରାନିଆଲ୍ ରକ୍ତସ୍ରାବରେ ମଧ୍ୟ ପୀଡିତ ଥିଲେ।
୨- କଟକ ଜିଲ୍ଲାର ୨୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୩- ଗଜପତି ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪- ଜଗତସିଂହପୁର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ଫୁସଫୁସ କର୍କଟରେ ପୀଡିତ ଥିଲେ।
୫- ଖୋର୍ଦ୍ଧା ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରୋନିକ୍ ବ୍ରୋଙ୍କାଇକ୍ଟାସିସ୍ ରୋଗରେ ପୀଡିତ ଥିଲେ।
୬- ରାୟଗଡା ଜିଲ୍ଲାର ଜଣେ ୭୪ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
ଅନ୍ୟାନ୍ୟ କାରଣରୁ ଦୁଇ କୋଭିଡ ପଜିଟିଭ ରୋଗୀଙ୍କ ହୋଇଛି
୧- ଓଭାରି, ହାଇପରକାଲେମିଆ ଏବଂ ଆକ୍ୟୁଟ୍ କିଡନୀ ଆଘାତ କାରଣରୁ ସୁନ୍ଦରଗଡ ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି।
୨- ଫୁସଫୁସ କର୍କଟ ହେତୁ ପୁରୀ ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି।