![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର / ବାଲେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ବାଲେଶ୍ୱର ଜିଲ୍ଲାର ଆଉ ଜଣେ ବିଧାୟକଙ୍କୁ କରୋନା। ବିଜେଡିର ଜଣେ ବିଧାୟକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନା ସଂକ୍ରମିତ ହୋଇଥିବା ନେଇ ସଂପୃକ୍ତ ବିଧାୟକଙ୍କ ସୂଚନା ଦେଇଛନ୍ତି।ଏହି ବିଧାୟକ ହେଲେ ବାଲେଶ୍ୱର ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା। ସଂକ୍ରମିତ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ତେବେ ନୀଳଗିରି ବିଧାୟକ ସୁକାନ୍ତଙ୍କ ପଜିଟିଭ ରିପୋର୍ଟ ପରେ ସୁଧାଂଶୁ ନିଜ ବାସଭବନରେ ଗୃହସଙ୍ଗରୋଧରେ ଥିଲେ। ସ୍ୱାବ୍ ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଛି।
![](https://i0.wp.com/kalingajyoti.com/wp-content/uploads/2020/07/images-2-2.jpg?resize=573%2C802)
କରୋନା ସନ୍ଦେହରେ ସେ ସଙ୍ଗରୋଧରେ ରହିଥିଲେ। ପରେ ତାଙ୍କ ସ୍ୱାବ୍ ନମୁନା ଦେଇଥିଲେ, ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି। ପୂର୍ବରୁ ଜିଲ୍ଲାର ଜଣେ ବିଜେପି ବିଧାୟକ ସଂକ୍ରମିତ ହୋଇଥିଲେ। ଆଜିକୁ ମିଶାଇ ରାଜ୍ୟରେ ୩ ବିଧାୟକ କରୋନା ସଂକ୍ରମିତ ହେଲେଣି। ରାଜ୍ୟର ଦ୍ୱିତୀୟ ବିଧାୟକ ଭାବେ ସେ ପଜିଟିଭ୍ ଚିହ୍ନଟ ହୋଇଥଇଲେ। ଏହା ପୂର୍ବରୁ ସୋମବାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ।
![](https://kalingajyoti.com/wp-content/uploads/2020/07/delhi_eps113a.jpg)