![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭ : ରାଜ୍ୟରେ ପିସିସି ନେତୃତ୍ୱ ପରିବର୍ତ୍ତନକୁ ଚାଲିଛି ଚର୍ଚ୍ଚା। ହେଲେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ରଂଜୀବ ବିଶ୍ୱାଳ । ସେ କହିଛନ୍ତି, ତାଙ୍କ ପାଖରେ ଥିବା ତଥ୍ୟ ଅନୁସାରେ ରାଜ୍ୟର କଂଗ୍ରେସ ମଙ୍ଗୁଆଳ ଏବେ ବଦଳିବାର ନାହିଁ କିମ୍ବା ପିସିସିରେ କୌଣସି ପରିବର୍ତ୍ତନ ହେବାର ନାହିଁ ।
![](https://i0.wp.com/kalingajyoti.com/wp-content/uploads/2020/07/retrtret.jpg?resize=486%2C364)
AICC ସେମିତି କିଛି ନିଷ୍ପତ୍ତି ନେଇନାହିଁ । ସେ ନିଜେ ମଧ୍ୟ ପିସିସି ସଭାପତି ରେସ୍ରେ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ରଂଜୀବ ବିଶ୍ୱାଳ । ଗୁଜରାଟ ପିସିସିରେ ପରିବର୍ତ୍ତନ ପରେ ଓଡ଼ିଶାରେ ମଧ୍ୟ ଏହା ଦେଖିବାକୁ ମିଳିବ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହାକୁ ସେ ଖଣ୍ଡନ କରିଛନ୍ତି।
![](https://kalingajyoti.com/wp-content/uploads/2020/07/Odisha-Congress.jpg)
ପିସିସି ସଭାପତି ପାଇଁ ଯେଉଁ ବ୍ୟକ୍ତିଙ୍କ ନାଁ ଚର୍ଚ୍ଚାକୁ ଆସୁଛି, ତାହା କପୋଳକଳ୍ପିତ । ଏଥିରେ କିଛି ସତ୍ୟତା ନ ଥିବା ରଂଜୀବ ବିଶ୍ୱାଳ କରିଛନ୍ତି। ଦୁଇ ଦିନ ତଳେ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଥିଲେ, ପିସିସିରେ ପରିବର୍ତ୍ତନ ହେବ॥ ସଭାପତି ମଧ୍ୟ ବଦଳିପାରନ୍ତି । ୧୩ ଜଣ ନେତା ଏହାର ରେସ୍ରେ ଥିବା କହିଥିଲେ ସୁର।
![](https://i0.wp.com/kalingajyoti.com/wp-content/uploads/2020/07/gffh.jpg?resize=511%2C564)
ସେହିପରି ଶରତ ରାଉତ ମଧ୍ୟ କହିଥିଲେ, ବର୍ତ୍ତମାନର ସ୍ଥିତିକୁ ଦେଖି ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ଅଛି । ହେଲେ ଏହି ଦୁଇ ନେତାଙ୍କ ଆକଳନକୁ ଖଣ୍ଡନ କରିଛନ୍ତି ରଂଜୀବ ବିଶ୍ୱାଳ ।