![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/rfb.jpg?resize=397%2C239)
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୨୮/୦୬: ପୂର୍ବ ଲଦାଖରେ ଚୀନ ସହିତ ଉତ୍ତେଜନାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବାରମ୍ବାର ହମଲା କରି ଚାଲିଛନ୍ତି। ଲଦାଖରେ ଚୀନୀ ସୈନିକଙ୍କ ଅନୁପ୍ରବେଶକୁ ନେଇ ରାହୁଲ ଶୁକ୍ରବାର ମଧ୍ୟ କେନ୍ଦ୍ରର ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଷୟରେ ସତ କୁହନ୍ତୁ ଏବଂ ନିଜ ମାଟିକୁ ଫେରାଇ ଆଣିବା ପାଇଁ କାର୍ଯ୍ୟାନୁଷ୍ଠାନରେ ପୂରା ଦେଶ ଆପଣଙ୍କ ସହିତ ରହିଛି। ହେଲେ ଏବେ ଏହା ଉପରେ ତାଙ୍କରି ସହଯୋଗ ଦଳ ଏନସିପିର ସଭାପତି ଶରଦ ପାଓ୍ଵାର ରାହୁଲଙ୍କୁ ଆଇନା ଦେଖାଇଛନ୍ତି।
ଚୀନକୁ ନେଇ ରାହୁଲ ଗାନ୍ଧୀଙ୍କ କ୍ରମାଗତ ବୟାନବାଜି ଉପରେ ପାଓ୍ଵାର କହିଛନ୍ତି ଯେ, ୧୯୬୨ରେ କଣ ହୋଇଥିଲା ଆମେ ତାହା ଭୁଲି ପାରିବୁ ନାହିଁ। ଚୀନ ଆମର ୪୫ ହଜାର ବର୍ଗ କିମି ଜମି କବ୍ଜା କରି ନେଇଥିଲା। ମୋତେ ଜଣା ନାହିଁ ଯେ ବର୍ତ୍ତମାନ ଚୀନ ଆମ ଜମି କବ୍ଜା କରିଛି କି ନାହିଁ। ମାତ୍ର ଏହା ଉପରେ କଥା କହିବା ବେଳେ ଆମକୁ ଇତିହାସ ମଧ୍ୟ ମନେ ରଖିବାକୁ ପଡିବ। ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ।
ପିଭି ନରସିମାହ ରାଓ ସରକାରଙ୍କ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ଶରଦ ପାଓ୍ଵାର କହିଛନ୍ତି, ମୋତେ ଏବେ ଯୁଦ୍ଧର କୌଣସି ଆଶଙ୍କା ଦେଖା ଯାଉ ନାହିଁ। କିନ୍ତୁ ଚୀନ ନିଶ୍ଚିତ ଭାବେ ଦୁଃସାହାସ କରିଛି। ଗଲଓ୍ଵାନରେ ଭାରତୀୟ ସେନା ଯାହା ବି ନିର୍ମାଣ କାର୍ଯ୍ୟ କରିଛି ସେସବୁ ନିଜ ସୀମାରେ କରିଛି।ଏହା ପୂର୍ବରୁ ମୋଦୀ ସରକାରଙ୍କ ଉପରେ ହମଲା କରି ରାହୁଲ ଗାନ୍ଧୀ କହିଥିଲେ ଯେ, କିଛି ଦିନ ପୂର୍ବେ ଆମର ପ୍ରଧାନମନ୍ତ୍ରୀ ହିନ୍ଦୁସ୍ଥାନର ଗୋଟିଏ ଇଞ୍ଚ ଜମି କେହି ନେଇ ନାହାନ୍ତି କି କେହି ଅନୁପ୍ରବେଶ କରିନଥିବା କହିଥିଲେ। ମାତ୍ର ଉପଗ୍ରହ ଫଟୋ ଦେଖି ଅପସରପ୍ରାପ୍ତ ସୈନ୍ୟ ଅଧିକାରୀ କହୁଛନ୍ତି ଚୀନ ଆମର ତିନୋଟି ଜାଗା ଛଡାଇ ନେଇଛି।
ରାହୁଲ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଜୀ ଆପଣଙ୍କୁ ସତ କହିବାକୁ ପଡିବ। ବିଚଳିତ ହେବାର ଆବଶ୍ୟକତା ନାହିଁ। ଯଦି ଆପଣ କହିବେ ଆମର ଜମି କେହି କବ୍ଜା କରି ନାହାନ୍ତି ତେବେ ଚୀନକୁ ଏଥିରେ ଫାଇଦା ହେବ। ଆମକୁ ମିଶି କି ଲଢିବାର ଅଛି।ଏହା ପୂର୍ବରୁ ମୋଦୀ ସରକାରଙ୍କ ଉପରେ ହମଲା କରି ରାହୁଲ ଗାନ୍ଧୀ କହିଥିଲେ ଯେ, କିଛି ଦିନ ପୂର୍ବେ ଆମର ପ୍ରଧାନମନ୍ତ୍ରୀ ହିନ୍ଦୁସ୍ଥାନର ଗୋଟିଏ ଇଞ୍ଚ ଜମି କେହି ନେଇ ନାହାନ୍ତି କି କେହି ଅନୁପ୍ରବେଶ କରିନଥିବା କହିଥିଲେ। ମାତ୍ର ଉପଗ୍ରହ ଫଟୋ ଦେଖି ଅପସରପ୍ରାପ୍ତ ସୈନ୍ୟ ଅଧିକାରୀ କହୁଛନ୍ତି ଚୀନ ଆମର ତିନୋଟି ଜାଗା ଛଡାଇ ନେଇଛି।