![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୪/୦୯ : ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁମାମଲାରେ ଆଜି ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ରିଆଙ୍କ ଭାଇ ସୌଭିକ ଓ ସହଯୋଗୀ ସାମୁଏଲ ମିରାଣ୍ଡାଙ୍କ ଘରେ ଚଢଉ କରାଯାଇଛି ।
![](https://i0.wp.com/kalingajyoti.com/wp-content/uploads/2020/09/images-3-6.jpg?resize=460%2C345&ssl=1)
ଏନସିବିର ଦୁଇଟି ଟିମ ରିଆଙ୍କ ଜୁହୁ ତାରା ରୋଡ ସ୍ଥିତ ଘରେ ଓ ମିରାଣ୍ଡାଙ୍କ ମୁମ୍ବାଇସ୍ଥିତ ଘରେ ଚଢଉ କରିଛି । ଏହି ଚଢଉ ସଂପର୍କରେ ଏନସିବିର ଜଣେ ଅଧିକାରୀ କହିଛନ୍ତି ଯେ ଏନଡିପିଏସ ଆଇନ ଅନୁସାରେ ଏହି ଚଢଉ କରାଯାଇଛି । ଏହା କେବଳ ମାତ୍ର ଏକ ପ୍ରକ୍ରିୟାକୁ ପାଳନ କରାଯାଉଛି । କିନ୍ତୁ ସେ ଏହି ଚଢଉ ସଂପର୍କରେ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି ।
![](https://kalingajyoti.com/wp-content/uploads/2020/09/download-2-4.jpg)
ଏହାପୂର୍ବରୁ , ରିୟା ଓ ତାଙ୍କ ଭାଇ ସୌଭିକ ମଧ୍ୟରେ ଡ୍ରଗ୍ସକୁ ନେଇ ହୋଇଥିବା କଥାବାର୍ତ୍ତା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏନସିବି । ପୂର୍ବରୁ ଏହି ମାମଲାରେ ଦୁଇଜଣ ଜଣ ନିଶା ବେପାରୀଙ୍କୁ ଗିରଫ କରିଥିଲା ଏନସିବି ।
![](https://i0.wp.com/kalingajyoti.com/wp-content/uploads/2020/09/download-4-3.jpg?resize=527%2C295&ssl=1)
ଗିରଫ ନିଶା ବେପାରୀ ଜେରା ବେଳେ ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କ ନାମ ନେଇଥିଲେ । ଜାତୀୟ ଗଣମାଧ୍ୟମରେ ଡ୍ରଗ୍ସକୁ ନେଇ ସୌଭିକ ଓ ରିୟାଙ୍କ ମଧ୍ୟରେ ହୋଇଥିବା ଚାଟର ଖୁଲାସା କରାଯାଇଥିଲା । ଯେଉଁଥିରେ ରିୟା ନିଜ ଭାଇ ସୌଭିକଙ୍କୁ ଡ୍ରଗ୍ସ ମାଗିଥିବା ଦେଖିବାକୁ ମିଳିଛି । ସୌଭିକ ବହୁ ଡ୍ରଗ୍ସ ପେଡଲରଙ୍କ ସଂପର୍କରେ ଥିବା ପ୍ରମାଣ ଏନସିବି ହାତରେ ଲାଗିବା ପରେ ରିୟାଙ୍କ ଘରେ ଅପରେସନ ଆରମ୍ଭ ହୋଇଛି ।