ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର – ଆଜି ଗୋଟିଏ ଦିନରେ ସର୍ବାଧିକ ରେକର୍ଡ ସଂଖ୍ୟକ ୨୪୮ ‘କରୋନା’ ଆକ୍ରାନ୍ତ ଚିହ୍ନଟ : ମହିଷାଖାଲ ବସ୍ତିରୁ ୪୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ ! !
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
- ‘ହଟସ୍ପଟ’ ପାଲଟିଲା ବିଜେବି ନଗର ସ୍ଥିତ ‘ମହିଷାଖାଲ ବସ୍ତି’ : କେବଳ ଏହି ବସ୍ତିରୁ ୪୫ ଆକ୍ରାନ୍ତ ଚିହ୍ନଟ ! !
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ରାଜଧାନୀ ଭୁବନେଶ୍ୱରରେ ସବୁ ରେକର୍ଡକୁ ପଛରେ ପକାଇଛି ଆଜିର ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରୁ ଆଜି ଗୋଟିଏ ଦିନରେ ସର୍ବାଧିକ ରେକର୍ଡ ସଂଖ୍ୟକ ୨୪୮ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୦୭ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୪୧ ଲୋକାଲ କେସ୍। ତେବେ ଚିନ୍ତା ବଢ଼ାଛି ବିଜେବି ନଗର ମହିଷାଖାଲ ବସ୍ତି। ଏଠାରୁ ୪୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି।
ଭୁବନେଶ୍ୱରରେ ବିଜେବି ନଗର ମହିଷାଖାଲ ବସ୍ତିରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏକ ଘରୋଇ ହସ୍ପିଟାଲରୁ ୨୭ କର୍ମଚାରୀ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ସୀତାପୁର ବସ୍ତିରୁ ଆଉ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀବିହାରରୁ ୬, ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ଗାନ୍ଧୀ ବସ୍ତିରୁ ୬, ୟୁନିଟ୍-୩ ମାଳି କଲୋନୀରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ପାଣ୍ଡରା ଜିଜିପି କଲୋନୀରୁ ୫ ଜଣ, ଲକ୍ଷ୍ମୀସାଗରରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀ କ୍ରିଷ୍ଣାବଳରାମ ବିହାରରୁ ୪ ଜଣ, ୟୁନିଟ୍-୧ ଅଞ୍ଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ରାଜମହଲ ଛକ ନିକଟ ନିର୍ମାଣ ସଂସ୍ଥାର ଆଉ ୪ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଇଆର୍ସି ଭିଲେଜରୁ ୨ଟି ଜାଗା, ସାଲିଆସାହିରୁ ୩, ଶୈଳଶ୍ରୀ ବିହାରରୁ ୩, ଚିନ୍ତାମଣିଶ୍ୱରରୁ ୩, ନୟାପଲ୍ଲୀ ବେହେରା ସାହିରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ଆଜି ୨୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୧୭୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୩୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୮୭୦ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।