ସୁନ୍ଦରଗଡ଼,ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ)
ରାଜଗାଙ୍ଗପୁର ଓ ଆଖ ପାଖ ଅଞ୍ଚଳରେ ଶିଳ୍ପ ଅନୁଷ୍ଠାନ ରେ ଭର୍ତି ରହିଛି !ଏହା ଫଳରେ ଜନସାଧାରଣ ମାନେ କାର୍ଯ୍ୟକ୍ଷମ ହୋଇପାରୁଛନ୍ତି କିନ୍ତୁ କିଛି କମ୍ପାନୀ ର କର୍ତ୍ତୃପକ୍ଷ ଶ୍ରମିକ ମାନଙ୍କ ଉପରେ ନିର୍ଯାତନା ଦେବାର ଦୃଶ୍ୟ ମଧ୍ୟ ନଜର କୁ ଆସିଛି !ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜଗାଙ୍ଗପୁର ର ଯାମପାଲି ସ୍ଥିତ ଓ ଆଇ ଏସ ଏଲ କାରଖାନାରେ ଦୀର୍ଘ ୫ ରୁ ୬ ମାସ ହେଵ କର୍ମଚାରୀ ମାନଙ୍କୁ ଦରମା ନଦେଇ କର୍ତ୍ତୃପକ୍ଷ କମ୍ପାନୀ କୁ ବନ୍ଦ କରି ଫେରାର ହେଇଯାଇଛନ୍ତି ଫଳରେ ଦୀର୍ଘ ଦିନ ହେବ ଦରମା ନ ପାଇ ଦୟନୀୟ ଭାବରେ ଜୀବନ ବିତାଉଛନ୍ତି ୨୦୦୦ ପରିବାର ! ଲକଡାଉନ ସମୟରେ ଡାଲମିଆ ଭାରତ ସିମେଣ୍ଟ ର କର୍ତ୍ତୃପକ୍ଷ ଶ୍ରମିକ ମାନଙ୍କୁ ପାରିଶ୍ରମିକ ନଦେଇ ଠକି ଦେବାକୁ ଚେଷ୍ଟା କରୁଥିବାର ନଜର ସାମ୍ନା କୁ ଆସିଥିଲା !ଶ୍ରମିକ ମାନଙ୍କ ହିତ ପାଇଁ କିଛି ଦିନ ପୂର୍ବେ ଶ୍ରମିକ ସଙ୍ଘଟନ ପକ୍ଷରୁ ପୁରା ଭାରତ ବନ୍ଦ କରିବା ସହ ସମସ୍ତ କାରଖାନା ମଧ୍ୟ ବନ୍ଦ ରଖିଥିଲେ!ଏହାର ପ୍ରଭାବ ରାଜଗାଙ୍ଗପୁର କାରଖାନା ରେ ମଧ୍ୟ ପଡିଥିଲା ଶ୍ରମିକ ନେତା ଓ ନେତ୍ରୀ ମାନେ କାରଖାନା ସମ୍ମୁଖରେ ଧାରଣା ଦେଇଥିଲେ !କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ପରିସ୍ଥିତିରେ ରାଜଗାଙ୍ଗପୁର ର ଶ୍ରମିକ ନେତା ଓ ନେତ୍ରୀ ମାନେ ମୁହଁ ଛପା ଦେଇ ରହିବାର କାରଣ ଜଣାପଡ଼ୁନାହିଁ !ଶ୍ରମିକ ମାନଙ୍କୁ ନ୍ୟାୟ ଦେବା ଏହି ସଂଘଠନ ର ଲକ୍ଷ !ଶ୍ରମିକ ସୁରକ୍ଷା ଦେବା ପାଇଁ ହୋଇଥିବା ଏହି ସଙ୍ଘଠନ ର କାର୍ଯ୍ୟ କଳାପ କୁ ଦେଖିଲେ ମନରେ ସନ୍ଦେହ ସୃଷ୍ଟି ହେଉଛି ! ରାଜଗାଙ୍ଗପୁର ସ୍ତିତ ଓ ଆଇ ଏସ ଏଲ କାରଖାନାର ର ଅବ୍ୟବସ୍ଥାକୁ ଦେଖି ଶ୍ରମିକ ସଂଘଠନର ସଭାପତି ବିଷ୍ଣୁ ମହାନ୍ତି ଙ୍କ ନେତୃତ୍ୱରେ ରାଉରକେଲା ସ୍ଥିତ ଶ୍ରମ ବିଭାଗ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥଲେ କିନ୍ତୁ ରାଜଗାଙ୍ଗପୁର ରେ ଥବା ଶ୍ରମିକ ସଙ୍ଘଠନ ନିର୍ବଦ୍ରଷ୍ଟା ସାଜିଛି !ଏଥରୁ ସ୍ପଷ୍ଟ ଜଣା ପଡୁଛି ଯେ ଏହି ସଙ୍ଘଠନ ସବୁ କମ୍ପାନୀ କର୍ତ୍ତୃପକ୍ଷ ଦ୍ଵାରା ପ୍ରଭାବିତ ହୋଇଛନ୍ତି!