କଲମ୍ବୋ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ପୃଥିବୀରେ କିଏ ପ୍ରଥମେ ବିମାନ ଉଡ଼ାଇଥିଲେ। ଏଭଳି ପ୍ରଶ୍ନ ନେଇ ଶ୍ରୀଲଙ୍କା ସରକାର ଏକ ଅଜବ ଉତ୍ତର ଦେଇଛନ୍ତି। ଶ୍ରୀଲଙ୍କା ସରକାର କହିଛନ୍ତି ଯେ, ରାକ୍ଷସରାଜ ରାବଣ ପ୍ରଥମେ ପୁଷ୍ପକ ବିମାନ ନାମକ ଯାନ ଆକାଶରେ ଉଡ଼ାଉଥିବା ରାମାୟଣରେ ଉଲ୍ଲେଖ ରହିଛିି। ତେଣୁ ରାବଣ ପୃଥିବୀର ପ୍ରଥମ ବିମାନ ପାଇଲଟ ।
ଶ୍ରୀଲଙ୍କାର ସିଭିଲ ଏଭିଏସନ ଅଥୋରିଟୀ କହିଛି ଯେ ଏହା ପୁରାଣ ଚରିତ୍ର ରାବଣ ଏବଂ ତାଙ୍କ ଦ୍ୱାରା ବ୍ୟବହୃତ ବାୟୁ ମାର୍ଗ ଉପରେ ଏକ ଅନୁସନ୍ଧାନ କରିବ। ସିଂହଳି ଭାଷାରେ ପ୍ରକାଶିତ ଏକ ବିଜ୍ଞାପନରେ ଶ୍ରୀଲଙ୍କାର ଆଭିଏସନ ଅଥରିଟି ଲୋକମାନଙ୍କୁ ରାଜା ରାବଣ ଏବଂ ବର୍ତ୍ତମାନ ହଜିଯାଇଥିବା ପ୍ରାଚୀନ ବାୟୁପଥ ବିଷୟରେ କୌଣସି ପ୍ରକାରର ଦଲିଲ କିମ୍ବା ସାହିତ୍ୟିକ ପ୍ରମାଣ ଦେବାକୁ କହିଛନ୍ତି। ଅଥୋରିଟୀର ଜଣ ଅଧିକାରୀ କହିଛନ୍ତି ଯେ ରାବଣଙ୍କ ବିଷୟରେ ସମସ୍ତ ପ୍ରକାରର କାହାଣୀ ଥିବାରୁ ରାଜା ରାବଣ ବିଷୟରେ ଏକ ସରକାରୀ ତଥ୍ୟ ସଂଗ୍ରହ ପାଇଁ ଏହି ଅନୁସନ୍ଧାନ କରାଯାଉଛି।
ଶ୍ରୀଲଙ୍କାର ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଭାରତରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ରାମାୟଣ ଟ୍ରେଲକୁ ଉତ୍ସାହିତ କରୁଛି। ତେବେ, ଭାରତର ରାମାୟଣର ଖଳନାୟକ ରାବଣକୁ ସିଂହଲ-ବୈଦ୍ଧ ଆସ୍ଥା ଦୃଷ୍ଟିରେ ଦେଖନ୍ତି | ଶ୍ରୀଲଙ୍କାରେ ରାବଣ ଦେଶର ଜଣେ ସାହସୀ ତଥା ଶିକ୍ଷିତ ରାଜା ଭାବରେ ବିବେଚିତ। ସିହଂଳ-ବୌଦ୍ଧମାନଙ୍କର ଏକ ଦଳ ନିଜକୁ ରାବଣ ବାଲ୍ୟ ବୋଲି କହୁଥିବାବେଳେ ଶ୍ରୀଲଙ୍କା ଏହାର ପ୍ରଥମ ଉପଗ୍ରହକୁ ରାବଣ-୧ ନାମରେ ନାମିତ କରିଛି। ୨୦୧୬ ରେ କଲମ୍ବୋରେ ଅନୁଷ୍ଠିତ ବେସାମରିକ ବିମାନ ଚଳାଚଳ ସମ୍ମିଳନୀକୁ ସମ୍ବୋଧିତ କରି ତତ୍କାଳୀନ ବିମାନ ଚଳାଚଳ ମନ୍ତ୍ରୀ ନିର୍ମଳା ସିରିପାଲା କହିଛନ୍ତି ଯେ ଆଧୁନିକ ବିମାନ ଚଳାଚଳର ଇତିହାସ ରାଇଟ୍ ବ୍ରଦର୍ସଙ୍କଠାରୁ ଆରମ୍ଭ ହୋଇଥିଲା କିନ୍ତୁ ଶ୍ରୀଲଙ୍କାରେ କିମ୍ବଦନ୍ତୀ ରହିଛି ଯେ ସେଠାରେ ରାବଣ ନାମକ ଜଣେ ବୀର ରାଜା ଥିଲେ ଯେ କି ଡାଣ୍ଡୁ ମୋନାରା ନାମକ ଏକ ବିମାନ ଉଡାଉଥିଲେ | ରାବଣ କେବଳ ଶ୍ରୀଲଙ୍କା ନୁହେଁ ସମଗ୍ର ଅଞ୍ଚଳକୁ ଉଡ଼ାଉଥିଲେ ।
ଏନେଇ ସରକାର ଲୋକଙ୍କ ପାଖରେ ଗଚ୍ଛିତ ଥିବା ପୁରୁଣା ଗନ୍ଥର ତଥ୍ୟ ଏକ ବିଜ୍ଞାପନ ମାଧ୍ୟମରେ ଲୋଡ଼ିଛନ୍ତି। ଏହାଦ୍ୱାରା ରାବଣଙ୍କ ମୃତ୍ୟୁ ସହିତ ଲୋପ ପାଇଥିବା ଦେଶର ବିକଶିତ ବିମାନ ଉଡ଼ାଣ ଶୈଳୀର ପୁନରୁଦ୍ଧାର ହୋଇପାରିବ ବୋଲି ସରକାର ଯୋଜନା କରିଛନ୍ତି। ସମ୍ମିଳନୀରେ ସିଦ୍ଧାନ୍ତ ନିଷ୍କର୍ସ ବାହାରିଥିଲା ଯେ ରାବଣ ୫୦୦୦ ବର୍ଷ ପୂର୍ବେ ବର୍ତ୍ତମାନର ଭାରତ ଗସ୍ତରେ ଯାଇ ଶ୍ରୀଲଙ୍କା ଫେରି ଆସିଥିଲେ। ତେବେ ଏହି କାହାଣୀଗୁଡିକ ପ୍ରତ୍ୟାଖ୍ୟାନ କରାଯାଇଥିଲା ଯେ ରାବଣ ଭଗବାନ ରାମଙ୍କ ପତ୍ନୀ ସୀତାଙ୍କୁ ଅପହରଣ କରି ନେଇଥିଲେ। ସରକାର ଦାବି କରିଛନ୍ତି ଯେ ଏହା ଏକ ଭାରତୀୟ ସଂସ୍କରଣ ଏବଂ ରାବଣ ଏହାର ବିପରୀତରେ ଜଣେ ମହାନ ରାଜା ଥିଲେ ।
ରାବଣ ୫ ହଜାର ବର୍ଷ ତଳେ ଏହି ଯାନର ବ୍ୟବହାର କରୁଥିବା ଲୋକେ କହିଛନ୍ତି। ରାବଣ ମାତା ସୀତାଙ୍କୁ ଅପହରଣ କରିଥିବା ତଥ୍ୟକୁ ଶ୍ରୀଲଙ୍କା ସରକାର ଖଣ୍ଡନ କରିଛନ୍ତି। ଏହି କାହାଣୀ ଭାରତୀୟ ରାମାୟଣରେ ଦର୍ଶାଯାଇଛି। ତେବେ ରାବଣ ଏପରି କରି ନ ଥିଲେ। ସେ ଜଣେ ମହାନ୍ ରାଜା ଥିଲେ ବୋଲି ଶ୍ରୀଲଙ୍କା ସରକାର କହିଛନ୍ତି। ଶ୍ରୀଲଙ୍କାର ଅନେକ ଲୋକ ବିଶ୍ୱାସ କରନ୍ତି ଯେ ରାବଣ ଜଣେ ଦୟାଳୁ ରାଜା ଏବଂ ପଣ୍ଡିତ ଥିଲେ। କେତେକ ଭାରତୀୟ ଶାସ୍ତ୍ର ମଧ୍ୟ ତାଙ୍କୁ “ମହା ବ୍ରାହ୍ମଣ” ବୋଲି ବର୍ଣ୍ଣନା କରେ, ଯାହାର ଅର୍ଥ ଜଣେ ମହାନ ବ୍ରାହ୍ମଣ ବା ମହାନ ବିଦ୍ୱାନ | ରାମାୟଣ ଅନୁଯାୟୀ ରାବଣର ପୁଷ୍ପ ନାମକ ଏକ ବିମାନ ଥିଲା। ସେ ଏହି ବିମାନରେ ସୀତା ମାତାଙ୍କୁ ଅପହରଣ କରିଥିଲେ।