ସଂସ୍ଥା ଖୋଲି ପାରିବେ କୋଭିଡ୍ କେୟାର ହୋମ୍ ଓ ସେଣ୍ଟର,ମିଳିବ ସର୍ତ୍ତମୂଳକ ଅନୁମତି : ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୩/୦୭: କୌଣସି ସଂସ୍ଥା ଚାହିଁଲେ ଖୋଲି ପାରିବେ କୋଭିଡ୍ କେୟାର ହୋମ୍ । ଘରୋଇ ଅନୁଷ୍ଠାନ, ଘରୋଇ କମ୍ପାନି କିମ୍ବା ଯେକୌଣସି ସଂସ୍ଥା ଚାହିଁଲେ କୋଭିଡ୍ କେୟାର ହୋମ୍ ଖୋଲି ପାରିବେ। ତେବେ ନିଜ ସଂସ୍ଥାର କର୍ମଚାରୀଙ୍କ ସୁବିଧା ଏବଂ ସୁସ୍ଥ ମାନସିକ ସ୍ଥିରତା ପାଇଁ ଛୋଟ, ବଡ ସଂସ୍ଥାମାନେ ନିଜେ ଏମିତି ଆଇସୋଲେସନ ସେଣ୍ଟର ଖୋଲି ସେମାନଙ୍କ କର୍ମଚାରୀଙ୍କୁ ରଖି ଚିକିତ୍ସା କରାଇପାରିବେ।ନିଜ କର୍ମଚାରୀଙ୍କ ସୁବିଧା ଓ ମାନସିକ ସୁସ୍ଥତା ପାଇଁ ସଂସ୍ଥା କୋଭିଡ୍ କେୟାର ହୋମ୍ କରିପାରିବେ। ୧୦ରୁ ୨୦ ଜଣ ରୋଗୀଙ୍କ ପାଇଁ ଏହି କୋଭିଡ୍ କେୟାର ହୋମ୍ କରାଯାଇପାରିବ। ଏଥିନିମନ୍ତେ ବଡ଼ ସଂସ୍ଥାମାନଙ୍କୁ କେୟାର ସେଣ୍ଟର ପାଇଁ ଅନୁମତି ମିଳିବ। ଏ ନେଇ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।
![](https://i0.wp.com/kalingajyoti.com/wp-content/uploads/2020/07/8f27b313-c2e8-4505-8797-0c9502e4b33a.jpg?resize=584%2C287)
ଓଡ଼ିଶାର ସବୁ ପୌରାଞ୍ଚଳ, ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନ ବନ୍ଦର, ଇଷ୍ଟ କୋଷ୍ଟ ରେଲୱର ସବୁ ସେଣ୍ଟରରେ, ପାରାଦୀପ, ଧାମରା, ଗୋପାଳପୁର ବନ୍ଦରରେ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧାର୍ମିକ ସଂସ୍ଥା ଓ ଆପାର୍ଟମେଣ୍ଟ ସୋସାଇଟି ଯଦି ଚାହିଁବେ ନିଜ ସୁବିଧାରେ କୋଭିଡ୍ କେୟାର ସେଣ୍ଟର ଖୋଲିପାରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି।
ତେବେ ସରକାରଙ୍କ ଠାରୁ ସେମାନଙ୍କୁ ଆବଶ୍ୟକ ଅନୁମତି ନେବାକୁ ପଡିବ। ଅନୁମତି ନେବାକୁ ହେଲେ ସରକାରଙ୍କ କିଛି ସର୍ତ୍ତ ରହିବ। ଯାହା ଦ୍ୱାରା ଉକ୍ତ ସଂସ୍ଥାର କିମ୍ବା ଉକ୍ତ ଆପାର୍ଟମେଣ୍ଟରେ ଚିହ୍ନଟ କୌଣସି ଆକ୍ରାନ୍ତ ସୁସ୍ଥ ମାନସିକ ସ୍ଥିତିରେ ନିଜ ଘରୋଇ ଅଞ୍ଚଳରେ ରହିପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
![](https://kalingajyoti.com/wp-content/uploads/2020/07/2fb26ae4-2bd3-48a5-9e5b-50418b325182-1024x589.jpg)
ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାପରେ ରାଜ୍ୟ ସରକାର ଏବେ ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନକୁ ନିଜସ୍ୱ କୋଭିଡ୍ କେୟାର ହୋମ୍ ଓ କୋଭିଡ୍ କେୟାର ସେଣ୍ଟର ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ସେମାନେ ସ୍ଥାନୀୟ ଜିଲ୍ଲାପାଳ ଓ ପୌର ପ୍ରଶାସକଙ୍କ ଅନୁମତି ନେଇ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ୍ ଆଧାରରେ କୋଭିଡ୍ କେୟାର ଖୋଲି ନିଜସ୍ୱ କର୍ମଚାରୀ ଓ ନିଜ ଲୋକମାନଙ୍କର ଚିକିତ୍ସା କରାଇପାରିବେ । ଆଜି ଏନେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, କୋଭିଡ୍-୧୯ ପରିଚାଳନାକୁ ଅଧିକ ବ୍ୟାପକ କରିବା ଓ ଚିକିତ୍ସା ବ୍ୟବସ୍ଥାର ସର୍ବାଧିକ ବ୍ୟବହାର କରିବା ନିମନ୍ତେ ରାଜ୍ୟ ସରକାର ଆଜି କୋଭିଡ୍ କେୟାର ହୋମ୍, କୋଭିଡ୍ କେୟାର ସେଣ୍ଟର ଏବଂ ହୋମ୍ ଆଇସୋଲେସନ୍ ବିଷୟରେ କେତେକ ନୂତନ ବ୍ୟବସ୍ଥା କରିଛନ୍ତି । ଲକ୍ଷଣବିହୀନ କୋଭିଡ୍ ପଜିଟିଭ୍ ଲୋକମାନଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତାକୁ ଦୃଷ୍ଟିରେ ରଖି ହୋମ୍ ଆଇସୋଲେସନ୍ ଏବଂ ହୋମ୍ କେୟାର ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ସହରାଞ୍ଚଳ, ଜିଲ୍ଲା ସଦର ମହକୁମା, ବ୍ଲକ୍ ସଦର ମହକୁମା ଆଦିରେ ପଜିଟିଭ୍, ଲକ୍ଷଣବିହୀନ ଏବଂ ସାମାନ୍ୟ ଲକ୍ଷଣଯୁକ୍ତ ବ୍ୟକ୍ତିମାନେ ଏହି ହୋମ୍ ଆଇସୋଲେସନ୍ ସୁବିଧା ନେଇପାରିବେ। ଏଥିପାଇଁ ସ୍ୱାସ୍ଥ୍ୟ ଓ ବିଭାଗର ନିର୍ଦ୍ଦେଶାବଳୀ ଅନୁପାଳନ କରିବାକୁ ହେବ । କୌଣସି ସେ୍ୱଚ୍ଛାସେବୀ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ନିଗମ ଉପରୋକ୍ତ ସଂସ୍ଥାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଡ୍ କେୟାର ହୋମ୍ ଏବଂ କୋଭିଡ୍ କେୟାର ସେଣ୍ଟରକୁ ଅନୁମତି ମିଳିବ।
ମୁଖ୍ୟତଃ କୌଣସି ସଂସ୍ଥା ଓ ଅନୁଷ୍ଠାନମାନେ ଚାହିଁଲେ ନିଜ ନିଜ କର୍ମଚାରୀମାନଙ୍କ ପାଇଁ କୋଭିଡ୍ କେୟାର ହୋମ୍ ଏବଂ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରିପାରିବେ। ପୌର ପରିଷଦ, ଭୁବନେଶ୍ୱର ଓ ଝାରସୁଗୁଡ଼ା ଏୟାରପୋର୍ଟ, ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦର, ପୂର୍ବତଟ ରେଳବାଇର ବିଭିନ୍ନ କେନ୍ଦ୍ର, ରାଜ୍ୟରେ କାର୍ଯ୍ୟରତ କେନ୍ଦ୍ର ଓ ରାଜ୍ୟ ପରିଚାଳିତ ସାଧାରଣ ଉଦ୍ୟୋଗ, କେନ୍ଦ୍ରୀୟ ଆର୍ମଡ୍ ଫୋର୍ସ, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ, ଓଡ଼ିଶା ପୋଲିସ, ଓଡ଼ିଶା ଅଗ୍ନିଶମ ସଂସ୍ଥା, କାରାଗାର ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ, ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ଆଦି ଧାର୍ମିକ ସଂସ୍ଥା , ଆବାସିକ ୱେଲଫେୟାର ସଂସ୍ଥା, କୌଣସି ସେ୍ୱଚ୍ଛାସେବୀ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ନିଗମ
ଉପରୋକ୍ତ ସଂସ୍ଥାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଡ୍ କେୟାର ହୋମ୍ ଏବଂ କୋଭିଡ୍
କେୟାର ସେଣ୍ଟରକୁ ଅନୁମତି ମିଳିବ।
ଯେଉଁ ସନ୍ଦିଗ୍ଧ ଏବଂ କୋଭିଡ୍ ପଜିଟିଭ୍ ବ୍ୟକ୍ତିମାନଙ୍କର ହୋମ୍ ଆଇସୋଲେସନ୍ କିମ୍ବା ଉପରୋକ୍ତ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଆଇସୋଲୋସନ୍ ସୁବିଧା ନାହିଁ, ସେମାନେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପୃଥକବାସ କେନ୍ଦ୍ରରେ ରହିବେ। ହୋମ୍ ଆଇସୋଲେସନ୍ରେ ଥିବା ବ୍ୟକ୍ତିମାନଙ୍କର ଯଦି ଗୁରୁତର ଲକ୍ଷଣ ପ୍ରକାଶ ପାଇଲେ ବା ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଲେ ସେମାନେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଅନୁପାଳନ କରିବେ।
ଲକ୍ଷଣବିହୀନ ରୋଗୀଙ୍କୁ କ୍ରିଟିକାଲ କେୟାର ସୁବିଧା ଦେବାର ଆବଶ୍ୟକତା ନାହିଁ । କେବଳ ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକ । ଯେହେତୁ ୮୦ ପ୍ରତିଶତ ଲୋକ ଲକ୍ଷଣ ବିହୀନ ତେଣୁ ସେମାନଙ୍କୁ ଘରେ ଆଇସୋଲେସନରେ ରହିବାକୁ ଅନୁମତି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।