![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୨/୦୭ : ଉତ୍ତର ପ୍ରଦେଶ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଲୋଧି ରୋଡ଼ ସ୍ଥିତ ସରକାରୀ ଆବାସ ଖାଲି ଅରିବାକୁ ଆଦେଶ ଦିଆଯାଇଛି । ଆଦେଶ ପରେ ଅନୁମାନ କରାଯାଉଛି ଯେ ପ୍ରିୟଙ୍କା ଉତ୍ତର ପ୍ରଦେଶ ସ୍ଥାନାନ୍ତର କରିପାରନ୍ତି । କିନ୍ତୁ ସୂତ୍ର ଅନୁଯାୟୀ, ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀ ବଙ୍ଗଳା ଖାଲି କରିବେ କିନ୍ତୁ ସମ୍ପୂର୍ଣ ଭାବେ ଉତ୍ତର ପ୍ରଦେଶକୁ ସ୍ଥାନାନ୍ତର କରିବେ ନାହିଁ । ସେ ଦିଲ୍ଲୀରେ ପରିବାର ସହିତ ରହିବେ । ଯେହେତୁ ସେ ଉତ୍ତର ପ୍ରଦେଶର ମହାସଚିବ ଏବଂ ଦଳର ବିଭିନ୍ନ କାର୍ଯ୍ୟ ଓ ୨୦୨୨ ନିର୍ବାଚନ ପାଇଁ ତାଙ୍କୁ ବାରମ୍ବାର ଲକ୍ଷ୍ନୌ ଯିବାକୁ ପଡିବ ସେଥିପାଇଁ ସେ କିଛି ଦିନ ପାଇଁ ସେଠାରେ ରହିପାରନ୍ତି ।
![](https://i0.wp.com/kalingajyoti.com/wp-content/uploads/2020/07/Master.jpg?resize=635%2C834)
ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ଗାନ୍ଧୀଙ୍କୁ ହାଉସିଂ ଆଣ୍ଡ ଅର୍ବନ ଡେଭେଲପ୍ମେଣ୍ଟ ମନ୍ତ୍ରାଳୟ ତରଫରୁ ନୋଟିସ ପଠାଯାଇଥିଲା । ପ୍ରିୟଙ୍କା ଗାନ୍ଧୀ ଲୋଧି ରୋଡ଼ ସ୍ଥିତ ୩୫ ନମ୍ବର ସରକାରୀ ବଙ୍ଗଳା ଗୋଟିଏ ମାସ ଭିତରେ ଖାଲି କରନ୍ତୁ ବୋଲି ନୋଟିସରେ ଲେଖାଯାଇଛି । କଂଗ୍ରେସ ସୂତ୍ର ଅନୁଯାୟୀ ପ୍ରିୟଙ୍କା ପୂର୍ବରୁ ହିଁ ଏ ସମ୍ପର୍କରେ ଜାଣିଥିଲେ ଯେତେବେଳେ ବିଜେପି ସରକାର ଗାନ୍ଧୀ ପରିବାରର ଏସପିଜି ସୁରକ୍ଷା ହଟାଇ ଦେଇଥିଲେ । ଗାନ୍ଧୀ ପରିବାର ନିକଟ ତଥା କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଏସପିଜି ସୁରକ୍ଷା ହଟାଇବା ଏ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା ଯେ ସୁରକ୍ଷା ଦୃଷ୍ଟିରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଲୋଧି ରୋଡ଼ ସ୍ଥିତ ସରକାରୀ ବଙ୍ଗଳା ଦିଆଯାଇଥିଲା । କିନ୍ତୁ ଯଦି ସୁରକ୍ଷା ହଟାଇ ଦିଆଯାଇଛି ତାହେଲେ ବଙ୍ଗଳା ମଧ୍ୟ ଖାଲି କରାଯାଇପାରେ ।