କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୮।୬ : କଟକ ସହରର ବହୁ ପୁରୁଣା ସିନେମା ହଲ୍ ତଥା କଟକ ବାଦାମବାଡି ସ୍ଥିତ ପ୍ରସିଦ୍ଧ ‘ଜୟଶ୍ରୀ ସିନେମା ହଲ୍’ କୁ ସବୁ ଦିନ ପାଇଁ ବନ୍ଦ କରି ଦିଆଯାଇଛି । ଏନେଇ ହଲ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିବାର ଜଣାପଡିଛି । ଏହା ସମ୍ପର୍କରେ ଓଡ଼ିଶା ଆସେମ୍ଲି ଅଫ୍ ସ୍ମଲ୍ ଆଣ୍ଡ୍ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (ଓଏଏସ୍ଏମ୍ଇ) ପକ୍ଷରୁ ଟୁଇଟ୍ କରାଯାଇ ସୂଚନା ଦିଆଯାଇଥିଲା । ତେବେ ସିନେମା ହଲ୍ଟି କେଉଁ କାରଣ ପାଇଁ ବନ୍ଦ କରାଗଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ସିନେମା ହଲ୍ରେ ବହୁ ପ୍ରସିଦ୍ଧ ଚଳଚ୍ଚିତ୍ର ମାନ ମୁକ୍ତିଲାଭ କରିଥିଲା