![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ଏବେ କୋର୍ଟଙ୍କ ପକ୍ଷରୁ ସମନ୍ ଅଥବା ଲିଗାଲ ନୋଟିସ୍ ସୋସିଆଲ ନେଟୱାର୍କିଂ ସାଇଟ୍ରେ ପଠା ଯାଇପାରିବ। ଏଥିଲାଗି ସୁପ୍ରିମକୋର୍ଟ ଶୁକ୍ରବାର ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ପରେ ସୋସିଆଲ ନେଟୱାର୍କିଂ ସାଇଟ୍ ହ୍ୱାଟସ୍ ଆପ ଓ ଟେଲିଗ୍ରାମରେ ଏବେ ସମନ୍ ଓ ଲିଗାଲ ନୋଟିସ୍ ମିଳିବ। ସୋସିଆଲ ନେଟୱାର୍କିଂ ସାଇଟ୍ ସମେତ ଏପରି ନୋଟିସ୍ ଇ-ମେଲ ଦ୍ୱାରା ମଧ୍ୟ ପଠାଯିବ।
![](https://i0.wp.com/kalingajyoti.com/wp-content/uploads/2020/07/tryrtytr.jpg?resize=532%2C342)
ହ୍ୱାଟସ୍ ଆପ୍ ଦ୍ୱାରା ପଠାଯାଇଥିବା ଲିଗାଲ ନୋଟିସ୍ ଅଥବା ସମନ୍କୁ ଏବେ ବୈଧ ବିଚାର କରାଯିବ। ହ୍ୱାଟସ୍ ଆପ୍ରେ ନୋଟିସ୍ ପ୍ରାପ୍ତ କର୍ତ୍ତା ବାର୍ତ୍ତା ଦେଖିବା ମାତ୍ରେ ଏଥିରେ ୨ଟି ବ୍ଲୁ ଠିକ୍ ଚିହ୍ନ ଅଙ୍କିତ ହୋଇଯାଏ। ଯାହାକୁ ପ୍ରାପ୍ତି ସ୍ୱୀକାର ବୁଝାଯିବ ବୋଲି କୋର୍ଟ କହିଛନ୍ତି। ସେହିପରି କୋର୍ଟ ପିଡିଏଫ ଦ୍ୱାରା ପଠାଯାଇଥିବା ନୋଟିସ୍ ଓ ସମନ୍କୁ ବୈଧ ବୋଲି କହିଛନ୍ତି। ଏହାକୁ ଦେଖିବା ଲାଗି ପ୍ରାପ୍ତ କର୍ତ୍ତା ଖୋଲିବା ମାତ୍ରେ ଏହା ଦେଖାଗଲା ବୋଲି ସୂଚିତ କରିଦିଏ। ଏଣୁ ଏହାକୁ ଏବେ ବୈଧ ମନେ କରାଯିବ ବୋଲି କୋର୍ଟ କହିଛନ୍ତି
![](https://kalingajyoti.com/wp-content/uploads/2020/07/6658dd27-450e-4ab2-abd8-a51f1bf174ba.jpg)
ତେବେ ରେକର୍ଡ ଭାବେ ମେଲରେ ମଧ୍ୟ ନୋଟିସ୍ ପଠାଯିବ ବୋଲି କୋର୍ଟ କହିଛନ୍ତି। ଅନ୍ୟ ଏକ ମାମଲାରେ ବ୍ୟାଙ୍କ ଚେକ୍ର ବୈଧତା ସମ୍ପ୍ରସାରଣ ଲାଗି ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି। ଦେଶରେ କରୋନା ଲକଡାଉନ୍ ଯୋଗୁ ବ୍ୟାଙ୍କ କାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଥିଲା। ଏଣୁ ଚେକ୍ ଜରିଆରେ ହୋଇଥିବା ନେଣ ଦେଣରେ ଅନେକ ଚେକ୍ର ବୈଧ ସମୟ ସରିଯାଇଛି। ଏଣୁ ଏପରି ଚେକ୍ର ଅବଧି ସମ୍ପ୍ରସାରଣ ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।