ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ପୈତୃକ ସମ୍ପତ୍ତି ଉପରେ ଝିଅମାନଙ୍କର ସମାନ ଅଧିକାର ରହିଛି। ଏ ନେଇ ଆଜି ସୁପ୍ରିମ୍କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ହିନ୍ଦୁ ଉତ୍ତରାଧିକାର ଆଇନ ୨୦୦୫ ଅନୁସାରେ ପିତାଙ୍କ ମୃତ୍ୟୁ ପରେ ବି ଝିଅମାନଙ୍କର ବାପାଙ୍କ ସମ୍ପତ୍ତି ଉପରେ ଅଧିକାର ରହିବ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପିଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି, ଝିଅ ସାରା ଜୀବନ ପାଇଁ। ସେଥିପାଇଁ ବାପାଙ୍କ ସମ୍ପତ୍ତିରେ ଝିଅର ପୂରା ଅଧିକାର ରହିଛି।
ସୂଚନାଥାଉ କି,୧୯୫୬ ହିନ୍ଦୁ ଉତ୍ତରାଧିକାର ଆଇନରେ ସଂଶୋଧନ ୨୦୦୫ରେ ହୋଇଥିଲା। ଏଥିରେ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ଭାଗ ଦେବା ପାଇଁ କୁହାଯାଇଥିଲା। ଆଇନଗତ ଭାବେ ବାପାଙ୍କ ସମ୍ପତ୍ତିରେ ପୁଅ-ଝିଅ ସମସ୍ତଙ୍କର ସମାନ ଅଧିକାର ରହିଛି। ବିବାହ ପରେ ଏହି ଅଧିକାରରେ କିଛି ପରିବର୍ତ୍ତନ ହେବ ନାହିଁ। ଝିଅ ତାର ଏହି ଭାଗ ଉପରେ ଅଧିକାର ସାବ୍ୟସ୍ତ କରିପାରିବ।
ସୂଚନାଥାଉ କି, ହିନ୍ଦୁ ଆଇନ ଅନୁସାରେ ଦୁଇ ପ୍ରକାରର ରହିଛି। ଗୋଟିଏ ହେଉଛି ବାପାଙ୍କ ଦ୍ୱାରା କିଣା ଯାଇଥିବା ସମ୍ପତ୍ତି ଏବଂ ଅନ୍ୟଟି ହେଛି ଉତ୍ତରାଧିକାର ସୂତ୍ରରେ ପୂର୍ବପୁରୁଷଙ୍କଠାରୁ ମିଳିଥିବା ସମ୍ପତ୍ତି। ଏହି ଉଭୟ ସମ୍ପତ୍ତିରେ ପୁଅ-ଝିଅ ସମସ୍ତଙ୍କର ସମାନ ଅଧିକାର ଅଛି ବୋଲି କହିଛନ୍ତି ସୁପ୍ରିମ କୋର୍ଟ।
ଏହି ଆଇନ ଅନୁସାରେ ଏ ପ୍ରକାର ସମ୍ପତ୍ତି ପିତା କୌଣସି ଜଣଙ୍କୁ ଏହି ସମ୍ପତ୍ତି ଦେଇ ପାରିବେ ନାହିଁ। ଅର୍ଥାତ୍ ଝିଅମାନେ ଏଣିକି ପୈତୃକ ସମ୍ପତ୍ତିରୁ ବଞ୍ଚିତ ହୋଇ ପାରିବେ ନାହିଁ। ପୈତୃକ ସମ୍ପତ୍ତି ଉପରେ ଜନ୍ମରୁ ଝିଅର ଅଧିକାର ରହିଛି।