ସୁରକ୍ଷାକର୍ମୀ ଓ ପୁଲିସଙ୍କ ସହ ଆତଙ୍କବାଦୀଙ୍କ ଗୁଳିବିନିମୟ : ଜାମ୍ମୁକାଶ୍ମୀରରେ ଜଣେ ଆତଙ୍କବାଦୀ ନିହତ।
ନୂଆଦିଲ୍ଲୀ / ଜାମ୍ମୁକାଶ୍ମୀର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୬/୦୬ : ତ୍ରାଲରଚେୱା ଉଲାର ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ପୁଲିସ, ସେନା ଏବଂ ସିଆରପିଏଫ୍ର ମିଳିତ ଦଳ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟ ମଧ୍ୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ପ୍ରତିଶୋଧ ନେବା ଆରମ୍ଭ କରିଥିଲେ।
ଏହାପୂର୍ବରୁ ଗୁରୁବାର ଦିନ ଉତ୍ତର କାଶ୍ମୀରର ସୋପୋରରେ ସୁରକ୍ଷା ବାହିନୀ ଦ୍ୱାରା ଦୁଇଜଣ ଲଶ୍କର-ଏ-ତାଇବା ଆତଙ୍କବାଦୀ ନିହତ ହୋଇଥିଲେ। ଏହି ମାସରେ କାଶ୍ମୀର ଉପତ୍ୟକାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ୩୨ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ, ଆୱନ୍ତିପୁରା ଜିଲା ପୁଲୱାମାରତ୍ରାଲରେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀଙ୍କ ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଗତକାଲି ଠାରୁ ଏହି ଏନକାଉଣ୍ଟର ଜାରି ରହିଛି ଜ୍ଝ ଗତକାଲି ରାତିରେ ଅପରେସନ ବନ୍ଦ କରିବା ପରେ ସୁରକ୍ଷା ବାହିନୀ ସକାଳେ ପୁଣି ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ଆରମ୍ଭ କରିଥିଲେ। ଏଠାରେ ଆତଙ୍କବାଦୀ ଲୁଚିଥିବାର ଖବର ମିଳିଥିଲା।