ଭୁବନେଶ୍ୱର ୧୩/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆସନ୍ତା ସେପ୍ଟେମ୍ୱର ୬ରୁ ଆରମ୍ଭ ହେବ ଏବଂ ଏହା ସେପ୍ଟେମ୍ୱର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। କୋଭିଡ ଗାଇଡଲାଇନ ମାନି ପ୍ରତିଦିନ ୩ଟି ସିଫ୍ଟରେ କମ୍ପ୍ୟୁଟ୍ର ବେସଡ୍ ଟେଷ୍ଟ(ସିବିଟି) ପରୀକ୍ଷା ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି।
ଗଣେଶ ପୂଜା ଓ ନିଟ୍ ପରୀକ୍ଷା ଦୃଷ୍ଟିରୁ ମଝିରେ ବ୍ୟବଧାନ ରଖାଯାଇଛି। ଗତବର୍ଷ ପରି ଚଳିତବର୍ଷ ପରୀକ୍ଷା ସିବିଟି ମୋଡ୍ରେ ହେବ। କେଉଁଦିନ କେଉଁ ପରୀକ୍ଷା ହେବ, ତାହାର ସମ୍ପୂର୍ଣ୍ଣ ବିବରଣୀ ଓଜେଇ ୱେବସାଇଟ୍ ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ୱେବସାଇଟ୍ରୁ ଏହି ତଥ୍ୟ ପାଇପାରିବେ ବୋଲି ଶ୍ରୀ ଚାନ୍ଦ ସୂଚନା ଦେଇଛନ୍ତି।