ହଜିଗଲା ମାନବିକତା ! ! ମୃତ ପୋଲିସ ଅଫିସର ଅଛୁଆଁ ହୋଇଗଲେ : ମୃତ କରୋନା ଯୋଦ୍ଧାଙ୍କୁ କାନ୍ଧ ଦେଲେ ସାମ୍ବାଦିକ – ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାରର ଆଶ୍ୱାସନା ଦେଲେ ଏସପି
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ହଜିଗଲା ମାନବିକତା, ଭୁଲିଗଲେ ମଣିଷ ପଣିଆ। ମୃତ୍ୟୁ ପରେ ଅଛୁଆଁ ହୋଇଗଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳାରେ। କୋଦଳା ମେଡିକାଲ ବାହାରେ ପଡି ରହିଥିଲା କରୋନା ମୁକାବିଲାର ଆଗଧାଡିର ଯୋଦ୍ଧା ପୋଲିସ ଏଏସଆଇ ରବୀନ୍ଦ୍ର ନାଥ ବେହେରାଙ୍କ ମୃତଦେହ। ତେବେ କୋଦଳା ମେଡିକାଲ ବାହାରେ ଦୀର୍ଘ ସମୟ ଧରି ମୃତଦେହ ପଡି ରହିବା ପରେ ଉଠିଲା ପୋଲିସ ଏଏସଆଇଙ୍କ ମରଶରୀର। ସ୍ଥାନୀୟ ଅଞ୍ଚଳର ଦୁଇ ସାମ୍ବାଦିକ ପିପିଇ କିଟ ପିନ୍ଧି ଏସଆଇଙ୍କ ମର ଶରୀର ଉଠାଇଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଏ ଏସ ଆଇ ରବିନ୍ଦ୍ର ବେହେରା (୫୦) ଙ୍କ ଦେହାନ୍ତ ହୋଇଯାଇଛି। ଶ୍ରୀ ବେହେରା ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିଲେ। ତାଙ୍କର ନିଜ ଘର ନରେନ୍ଦ୍ରପୁର ହୋଇଥିବା ବେଳେ ସେ ବେଗୁନିଆପଡ଼ା ଠାରେ ଏକ ଭଡ଼ା ଘରେ ରହୁଥିଲେ। ପୂର୍ବରୁ ସେ କୋଦଳା ଥାନାରେ ଏ ଏସ୍ ଆଇ ଥିଲେ।
![](https://kalingajyoti.com/wp-content/uploads/2020/07/907c13b5-40e1-4289-8bec-0adc241c9550-1024x768.jpg)
ଘଟଣାରୁ ପ୍ରକାଶ ଯେ ଶ୍ରୀ ବେହେରାଙ୍କୁ କିଛି ଦିନ ହେଲା ଜ୍ୱର ହେଉଥିଲା। କାଲି ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଦଳା ମେଡିକାଲ୍ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଯାଇଛି। ଏଭଳି ସ୍ଥିତିରେ ଏଏସଆଇଙ୍କ ମୃତଦେହ ଉଠାଇବାକୁ କେହି ଆସିନଥିଲେ, ଏପରିକି ତାଙ୍କ ପରିବାର ମଧ୍ୟ ଏହାକୁ ଗ୍ରହଣ କରିନଥିଲେ। ଯେଉଁ ବ୍ୟକ୍ତି କରୋନା ସମୟରେ ଆଗଧାଡିର ଯୋଦ୍ଧା ସାଜି ସାଧାରଣ ଲୋକଙ୍କ ପାଇଁ କାମ କରୁଥିଲେ ତାଙ୍କୁ କେହି ପଚାରିଲେନି।
![](https://i0.wp.com/kalingajyoti.com/wp-content/uploads/2020/07/3dce4571-4d63-4764-b7dc-cc3fdb8caeac.jpg?resize=442%2C305&ssl=1)
ମେଡିକାଲରେ ଘଣ୍ଟା ଘଣ୍ଟା ଧରି ପଡିରହିଥିଲା ଭଞ୍ଜନଗର ଏଏସଆଇଙ୍କ ମୃତଦେହ। କରୋନା ସନ୍ଦେହରେ ମିଳିନଥିଲା କାନ୍ଧ। ସାମ୍ବାଦିକ ଓ ପୋଲିସ କର୍ମଚାରୀଙ୍କ ସହାୟତାରେ ପୁଅ ଉଠାଇଲେ ବାପାର ମୃତଦେହ। କୋଦଳା ତହସିଲଦାର, ବିଡ଼ିଓ ଓ ପୁରୁଷୋତ୍ତମପୁର ଏସଡ଼ିପିଓ ଉପସ୍ଥିତିରେ ମୃତଦେହ ଉଠିଥିଲା। ମୃତ ରବୀନ୍ଦ୍ରଙ୍କ ଅନ୍ତିମସଂସ୍କାର ପୂର୍ଣ୍ଣ ସମ୍ମାନରେ ସହ କରାଯିବ। କୋଦଳା ହସ୍ପିଟାଲରେ ଏଏସଆଇଙ୍କ ଶବ ପଡିରହିବା ଘଟଣାରେ ଶନିବାର ଗଞ୍ଜାମ ଏସପି ବ୍ରିଜେଶ ରାୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ମୃତ ଏଏସଆଇ କରୋନାରେ ଆକ୍ରାନ୍ତ ହୋଇଥିଲେ । କିଛି ମେଡ଼ିକାଲ କାର୍ଯ୍ୟ ପାଇଁ ମୃତ ଦେହ ସେଠାରେ ରଖାଯାଇଥିଲା । ସେ ଆମ ସହକର୍ମୀ ଥିଲେ , ଆମ ଭାଇ ଥିଲେ, ଆମେ ସମସ୍ତେ ଆସିଛୁ’ । ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଆଜି କୋଦଳା ବାହାରେ ଏଏସଆଇ ରବିନ୍ଦ୍ରନାଥ ବେହେରାଙ୍କ ମୃତଦେହ ପଡି ରହିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳର ୨ ସମ୍ବାଦିକ ପିପିଇ କିଟ ପିନ୍ଧି ଏଏସଆଇଙ୍କ ମୃତଦେହ ଉଠାଇଥିଲେ । ରବିନ୍ଦ୍ର କିଛି ଦିନ ହେବ ଜ୍ବର , କାଶରେ ପୀଡ଼ିତ ଥିଲେ । ଗତକାଲି ସ୍ବାସ୍ଥ୍ୟାବସ୍ଥା ବଗିଡିବାକୁ କୋଦଳା ହସ୍ପିଟାଲକୁ ଆସିଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ଉଠାଇବାକୁ କେହି ଆସି ନ ଥିଲେ । ଗତ କିଛି ବର୍ଷ ଧରି ଏଏସଆଇ ରବିନ୍ଦ୍ରନାଥ ବେହେରା ବେଗୁନିଆପଡ଼ାରେ ରହୁଥିଲେ