![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ବର (କଳିଙ୍ଗ ଜ୍ୟୋତି) ୨୬/୦୬ : ଏଣିକି ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ଲୋକେ କ୍ବାରେଣ୍ଟିନ୍ରେ ରହିବେ। ହଟସ୍ପଟ୍ ଜିଲ୍ଲାରୁ ଫେରିଲେ ହୋମ୍ କ୍ବାରେଣ୍ଟିନ୍ରେ ରହିପାରିବେନି ।କରୋନା କଟକଣାକୁ ବଢାଇଛି ଭୁବନେଶ୍ବର ମହାନଗର ନିଗମ। ଏବେ ସରକାରୀ କ୍ବାରେଣ୍ଟିନ୍କୁ ବାଧ୍ୟତାମୂଳକ କରିଛି ବିଏମ୍ସି। ପୂର୍ବରୁ ବାହାର ଦେଶ ବା ରାଜ୍ୟରୁ ଆସିଲେ କ୍ବାରେଣ୍ଟିନ୍ ଯିବାକୁ ପଡୁଥିଲା । ହଟସ୍ପଟରୁ ଆସୁଥିବା ଲୋକେ କ୍ବାରେଣ୍ଟିନ୍ରେ ରହିବେ ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି ।
![](https://i0.wp.com/kalingajyoti.com/wp-content/uploads/2020/06/maxresdefault-1024x576.jpg?resize=1024%2C576)
ସେହିପରି ସୁବାସ୍ ନଗର ବସ୍ତିରେ ଆଉ ନୂତନ ପଜିଟିଭ୍ ନାହିଁ ବୋଲି ସୂଚନା ଦେଇଛନ୍ତି କମିଶନର । ସୁବାସ ନଗର ବସ୍ତିରେ 6ଟି ପଜିଟିଭ୍ କେସ୍ ଆସିବା ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଏହି ଅଞ୍ଚଳକୁ କଣ୍ଟେନେମଣ୍ଟ କରି ଏଯାଏ 6 ରାଉଣ୍ଡ ଆକ୍ଟିଭ୍ସର୍ଭେଲାନ୍ସ କରାଯାଇଛି । ସେହିପରି ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସିଥିବା 61ଟି ସାମ୍ପଲ୍ ପରୀକ୍ଷା କରାଯାଇଥିଲା। ଟେଷ୍ଟ ହୋଇଥିବା ସମସ୍ତ 61ଟି ନମୁନା ନେଗେଟିଭ୍ ଆସିଛି । ସାଲିଆ ସାହିରେ ବି 5 ଶହ ସାମ୍ପଲ୍ ଟେଷ୍ଟ ହୋଇଛି । ସମସ୍ତ ଟେଷ୍ଟ ନେଗେଟିଭ୍ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିଶନର ।
![](https://kalingajyoti.com/wp-content/uploads/2020/06/b6fda493ebf6ad8ed541a58b107dce59.jpg)
ଭୁବନେଶ୍ବରରେ କୋଭିଡ୍ ସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନେଉଛି ବିଏମସି । ଏନେଇ ବିଏମସି ପକ୍ଷରୁ ପ୍ରେସମିଟରେ ସୂଚନା ଦିଆଯାଇଛି । ରାଜଧାନୀର 67ଟି ୱାର୍ଡରେ ୱାର୍ଡ କମିଟି ଗଠନ ହୋଇଛି । ପ୍ରତି ୱାର୍ଡ ସଚେତକ କମିଟିରେ 25ରୁ ଅଧିକ ଲୋକ ଅଛନ୍ତି । ଏଥିରେ ସ୍ୱେଚ୍ଛାସେବୀ, ମେଣ୍ଟର, ଡକ୍ଟର ଆଦି ରହିଛନ୍ତି, ରାଜଧାନୀରେ ରହିଥିବା ବସ୍ତି ଅଞ୍ଚଳକୁ ଅଧିକ ଗୁରୁତ୍ବ ଦିଆଯାଉଥିବାର ସୂଚନା ଦେଇଛନ୍ତି ବିଏମ୍ସି କମିଶନର । ରାଜଧାନୀର ଜନସଂଖ୍ୟାର ୩୩ ପ୍ରତିଶତ ହେଉଛି ବସ୍ତି ଅଞ୍ଚଳ । ସେଥିପାଇଁ ବସ୍ତି ଅଞ୍ଚଳ ଉପରେ ବିଏମସି ସ୍ୱତନ୍ତ୍ର ଧ୍ୟାନ ଦେଇଛି । ବସ୍ତି ଅଞ୍ଚଳରେ ହୋମ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ନାହିଁ । ସରକାରୀ କ୍ୱାରେଣ୍ଟାଇନରେ 14 ଦିନ ରଖାଯାଉଛି । ବସ୍ତି ଅଞ୍ଚଳରେ ସର୍ଭେ କରାଯାଉଛି । କାହାର ଲକ୍ଷଣ ଦେଖାଗଲେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ଟେଷ୍ଟିଂ କରାଯାଉଛି ।