
ମାଦ୍ରିଦ୍ : ୟୁରୋପର କେତେକ ଦେଶରେ କରୋନାର ନୂଆ ରୂପ ଦେଖିବାକୁ ଦେଖିବାକୁ ମିଳିଛି। ସ୍ପେନ, ଜାପାନ, ଡେନ୍ମାର୍କ,ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଏହି ନୂତନ ପ୍ରକାର କୋଭିଡ ସଂକ୍ରମଣ ଦେଖିବାକୁ ମିଳିଛି। ବ୍ରିଟେନରେ ଦେଖାଦେଇଥିବା କୋଭିଡର ନୂତନ ଜୀବାଣୁ ଦ୍ୱାରା ସ୍ପେନ୍ର ୪ଜଣ ନାଗରିକ ସଂକ୍ରମିତ ହୋଇଛନ୍ତି ବୋଲି
ସେଠାକାର ସରକାର ସ୍ପଷ୍ଟ କରିଛନ୍ତି। ମାଦ୍ରିଦ୍ର ଉପସ୍ୱାସ୍ଥ୍ୟ ମୁଖ୍ୟ ଆଣ୍ଟୋନିଓ ଜାପାଟେରୋ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଚିହ୍ନଟ ହୋଇଥିବା ୪ଜଣଯାକ ବ୍ୟକ୍ତି ମାଦ୍ରିଦ୍ର ବାସିନ୍ଦା ଏବଂ ସେମାନେ ସମସ୍ତେ ନିକଟରେ ବ୍ରିଟେନ୍ ଗସ୍ତରେ ଯାଇଥିଲେ।
ସେହିଭଳି ଜାପାନରେ ମଧ୍ୟ ବ୍ରିଟେନ୍ ଗସ୍ତରୁ ଫେରିଥିବା ୫ଜଣ ଜାପାନୀ ନାଗରିକ ସଂକ୍ରମିତ ହୋଇଥିବାର ସୂଚନା ଦେଇଛି। ଅନ୍ୟ ଦେଶଗୁଡିକ ମଧ୍ୟରେ ଡେନ୍ମାର୍କ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଏହିଭଳି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି।