୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ଜୁଲାଇ ୩୧କୁ ବୃଦ୍ଧି

0 674
greentech

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ :୨୫/୦୬: ସରକାର ବୁଧବାର ଦିନ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସେହିଭଳି ଆଧାର ସହ ପାନ୍ ସଂଯୋଗ ସମୟ ସୀମା ମଧ୍ୟ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଏକ ବିଜ୍ଞପ୍ତି ମାଧ୍ୟମରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆୟକର ଅଧିନିୟମ ଅନୁଯାୟୀ ରିହାତି ପାଇଁ ବିଭିନ୍ନ ନିବେଶ କରିବାର ସମୟ ସୀମାକୁ ୨୦୨୦ ଜୁଲାଇ ୩୧ ପର୍ଯ୍ୟନ୍ତ ଏକ ମାସ ଲାଗି ବୃଦ୍ଧି କରିଛନ୍ତି।

ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଧାର୍ଯ୍ୟ ତାରିଖ ପୂର୍ବରୁ ୨୦୨୦ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି|

Leave A Reply

Your email address will not be published.

20 + one =

error: Content is protected !!
Open chat