
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ – ସିବିଏସଇ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀ ସକାଶେ ପାଠ୍ୟକ୍ରମରେ କୌଣସି ହ୍ରାସ ନ କରିବାକୁ ନିଷ୍ପତ୍ତି ନେଇଛି। ବୋର୍ଡ ନୂଆ ପାଠ୍ୟକ୍ରମ ପ୍ରକାଶ କରିଛି, ଯେଉଁଥିରେ ଗତ ଶିକ୍ଷା ବର୍ଷରେ ଯେଉଁ ପାଠ୍ୟକ୍ରମଗୁଡ଼ିକୁ ହଟାଯାଇଥିଲା ସେଗୁଡ଼ିକୁ ପୁନର୍ବାର ଅନ୍ତର୍ଭୁକ୍ତ କରାଯାଇଛି।
ସୂଚନା ଅନୁଯାୟୀ, ୨୦୨୧ ଶିକ୍ଷାବର୍ଷ ପାଇଁ ପାଠ୍ୟକ୍ରମରେ ହ୍ରାସ ଏକ ସାମୟିକ ପଦକ୍ଷେପ ଥିଲା। ଗତବର୍ଷ ସିବିଏସଇ ନବମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମରେ ଶତକଡ଼ା ୩୦ ଭାଗ ହ୍ରାସ କରିଥିଲା। ଦେଶରେ କୋଭିଡ ନାଇଣ୍ଟିନ୍ ସଂକ୍ରମଣ ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିଲା।