କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ୨୯/୦୬: ବିଏସ୍ଏଫ୍ ଯବାନଙ୍କ ଯାଏ ପହଞ୍ଚିଲାଣି କରୋନା। ସୀମା ସୁରକ୍ଷା ବଳରେ ଆଉ ୩୩ ଯବାନଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ୨୪ ଘଣ୍ଟାରେ ଆଉ ୩୩ BSF ଯବାନ କରୋନା ସଂକ୍ରମିତ ହୋଇଛନ୍ତି।
ଏହି ସଂଖ୍ୟାକୁ ମିଶାଇ ଏଯାଏଁ ୯୪୪ BSF ଯବାନ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୩୭ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାରେ ସଂକ୍ରମିତ ୩୦୨ BSF ଯବାନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି।
ସେପଟେ ଆଜି ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୧୯,୯୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୪୦୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।