![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ମୁମ୍ବାଇ : ଆଗାମୀ କିଛି ଦିନ ମଧ୍ୟରେ ଆରଟିଜିଏସ ସେବାକୁ ୨୪ ଘଣ୍ଟିଆ କରାଯିବ ଓ ଏହା ସପ୍ତାହର ସବୁଦିନ ଉପଲବ୍ଧ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଆଜି ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା ଘୋଷଣା କରିବାବେଳେ ଶ୍ରୀ ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
![](https://i0.wp.com/kalingajyoti.com/wp-content/uploads/2020/12/Shaktikant-Das-650x430-2.jpg?resize=650%2C430&ssl=1)
ଏବେ ଆରଟିଜିଏସ ( ରିଅଲ ଟାଇମ୍ ଗ୍ରସ ସେଟଲମେଣ୍ଟ) ସେବା ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଉପଲବ୍ଧ ହେଉଛି । ଏହା ମଧ୍ୟ କେବଳ କାର୍ଯ୍ୟ ଦିବସରେ ଉପଲବ୍ଧ ହୋଇଥାଏ । କିନ୍ତୁ ଏଣିକି ଦିନର ସବୁ ସମୟରେ ଓ ସପ୍ତାହର ସବୁଦିନ ଏହି ସେବା ଉପଲବ୍ଧ ହେବ । ଆରବିଆଇର ଏହି ପଦକ୍ଷେପ ଦ୍ବାରା ବ୍ୟବସାୟୀମାନେ ଉପକୃତ ହେବାର ସମ୍ଭାବନା ରହିଛି ।
ସାଧାରଣତଃ ଅଧିକ ପରିମାଣର ଅର୍ଥ ( ୨ ଲକ୍ଷ ଟଙ୍କାରୁ ଅଧିକ) ପ୍ରେରଣ ପାଇଁ ଆରଟିଜିଏସ ସେବା ବ୍ୟବହାର କରାଯାଏ । ପୂର୍ବରୁ ଏହି ସେବା ସକାଳ ୭ଟାରୁ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ ଉପଲବ୍ଧ ହେଉଥିଲା । ଗତ ବର୍ଷ ମେ ମାସରେ ଏହାକୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
ଗତ ବର୍ଷ ଡିସେମ୍ବର ମାସରେ ସରକାର ଏନଇଏଫଟି ବା ନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର ବ୍ୟବସ୍ଥାକୁ ୨୪ ଘଣ୍ଟିଆ କରିଥିଲେ ।