![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/u653u356u.jpg?resize=580%2C378)
ନୂଆଦିଲ୍ଲୀ, ୦୬।୭: ବାୟୁରେ ବ୍ୟାପୁଛି କରୋନା । ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ଏପରି ସାଙ୍ଘାତିକ ତଥ୍ୟ ଦେଇଛନ୍ତି । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଏନେଇ ବୈଜ୍ଞାନିକାନେ ଓପନ ଲେଟର୍ ମଧ୍ୟ ଲେଖିଛନ୍ତି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟା ସଙ୍ଗଠନ ଗୁରୁତର ସହ ନେଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
![](https://kalingajyoti.com/wp-content/uploads/2020/07/tertw4rty.jpg)
୨୩୯ଜଣ ବୈଜ୍ଞାନିକ ଦାବି କରିଛନ୍ତି ଯେ, ବାୟୁର ଛୋଟ କଣିକା ପାଇଁ ଲୋକମାନେ କରୋନା ସଂକ୍ରମିତ ହେଉଛନ୍ତି । ଏନେଇ ସେମାନଙ୍କୁ ପ୍ରମାଣ ମିଳିଛି । ଏହାସହ ସେମାନେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ବିଭିନ୍ନ ଗାଇଡଲାଇନରେ ସଂଶୋଧନ ପାଇଁ କହିଛନ୍ତି । ଏହାସହ ଏହି ପ୍ରସଙ୍ଗକୁ ଗୁରୁତର ସହ ନେବାକୁ ମଧ୍ୟ ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଏହି ଓପନ୍ ଲେଟର୍ ଆସନ୍ତା ସପ୍ତାହରେ କୌଣସି ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶ କରାଯିବା ନେଇ ଘୋଷଣା ହୋଇଛି ।
ତେବେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, କାଶିବା ଓ ଛିଙ୍କିବା ପରେ ବାୟୁ ଦ୍ୱାରା ବିଭିନ୍ନ କଣିକା ଅନ୍ୟ ଲୋକଙ୍କ ଶରୀରକୁ ଯାଇ ସଂକ୍ରମିତ କରେ । ଏକ ନିର୍ଧାରିତ କୋଠରୀରେ ଏହା ସମସ୍ତଙ୍କୁ ସଂକ୍ରମିତ କରିବା ପାଇଁ ପର୍ଯ୍ୟାପ୍ତ ଅଟେ । ବନ୍ଦ କୋଠରୀରେ ଅଧିକ ସମୟ ଯାଏଁ ବାୟୁ ସ୍ଥିର ହୋଇ ରହିଥାଏ ଓ ଆଖପାଖ ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରେ ।କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ଯେଉଁ ପ୍ରମାଣ ବୈଜ୍ଞାନିକମାନେ ଦେଇଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ । ଗତ ଦୁଇ ମାସରେ ଅନେକ ଥର ଏହି ରିପୋର୍ଟ ଉପରେ ବିଚାର କରାଯାଉଛି । କିନ୍ତୁ ପ୍ରମାଣ ହୋଇପାରିନାହି ।