ଚାରିଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ବିଷୟ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଏହି ନିର୍ବାଚନ ଅନୁଷ୍ଠିତ ହେବ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଆସାମରେ ୩ଟି ପର୍ଯ୍ୟାୟରେ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୩୭ଟି ବିଧାନସଭା ଆସନ ପାଇଁ ମାର୍ଚ୍ଚ ୨ରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ମନୋନୟନ ପତ୍ର ଦାଖଲର ଶେଷ ସମୟ ମାର୍ଚ୍ଚ ୯ ରହିଛି। ମାର୍ଚ୍ଚ ୧୦ରେ ମନୋନୟନ ପତ୍ର ଯାଞ୍ଚ ସହ ମାର୍ଚ୍ଚ ୧୨ ତାରିଖକୁ ମନୋନୟନ ପତ୍ର ପ୍ରତ୍ୟାହାର ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟରେ ମାର୍ଚ୍ଚ ୨୭ରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଆସନ୍ତା ମେ ମାସ ୨ ତାରିଖରେ ଭୋଟ ଗଣତି ହେବ।
ଆସାମ: ୨ୟ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୩୯
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୦୫.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୧୨.୦୩.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୧୩.୦୩.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୧୭.୦୩.୨୦୨୧
ମତଦାନ ତାରିଖ: ୦୧.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧
ଆସାମ: ୩ୟ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୪୭
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୧୨.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୧୯.୦୩.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୨୦.୦୩.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୨୨.୦୩.୨୦୨୧
ମତଦାନ ତାରିଖ: ୦୬.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧