୫ ରାଜ୍ୟକୁ ମିଳିବ ପ୍ରଥମ ପର୍ଯ୍ୟାୟରେ‌ କୋଭିଡ୍‌-୧୯ ଔଷଧ “କୋଭିଫର”, ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱରରେ ପହଞ୍ଚିବ।

0 747
greentech

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜରାଟ ଏବଂ ତେଲେଙ୍ଗାନାରେ କୋଭିଫର ପହଞ୍ଚିବ। ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟଣା, ଭୁବନେଶ୍ୱର, ରାଞ୍ଚି, ବିଜୟଓ୍ୱାଡ଼ା, କୋଚି, ତ୍ରିଭେନ୍ଦ୍ରମ ଏବଂ ଗୋଆରେ କୋଭିଫର ଔଷଧ ପହଞ୍ଚିବ । ସରକାରଙ୍କ ନିକଟରୁ ହେଟେରୋ ନାମକ ଏକ ଔଷଧ ପ୍ରସ୍ତୁତକାରୀ କମ୍ପାନୀ କରୋନା ରେମଡେସିଭିର ତିଆରି ଏବଂ ବିକ୍ରି ପାଇଁ ଅନୁମତି ପାଇଛି। ଏବେ ପ୍ରଥମ ପର୍ଯ୍ୟାୟରେ ଦେଶର ୫ଟି ରାଜ୍ୟ ହେଟେରୋ କମ୍ପାନୀର ‘କୋଭିଫର’ ଔଷଧ ଗ୍ରହଣ କରିବାକୁ ଯାଉଛି। କମ୍ପାନୀ ୫ଟି ରାଜ୍ୟ ପାଇଁ ୨୦ ହଜାର କୋଭିଫର ଦେଇଥିବା ସୂଚନା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ସମେତ ଆଉ କିଛି ରାଜ୍ୟ ଏହି ରେମଡେସିଭିର ପାଇବେ ବୋଲି ଜଣାପଡ଼ିଛି। ଏହି କୋଭିଫର କେବଳ ସରକାର ହସ୍ପିଟାଲରେ ଉପଲବ୍ଧ ହେବ। କୌଣସି ଔଷଧ ଦୋକାନରେ ଉପଲବ୍ଧ ହେବ ନାହିଁ ବୋଲି ହେଟେରୋ ଗ୍ରୁପ ଅଫ୍ କମ୍ପାନୀର ଏମଡି ବାମସି କୃଷ୍ନା ବନ୍ଦି କହିଛନ୍ତି।

ହେଟେରୋ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଫର ଏକ ୧୦୦ ମିଲିଗ୍ରାମର ଛୋଟିଆ କାଚ ଭିତରେ ରହିଛି। ଏହାର ଦାମ ୫,୪୦୦ ଟଙ୍କା ରହିଛି । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ରୁ କରୋନା ରେମଡେସିଭିର ଉତ୍ପାଦନ ଏବଂ ମାର୍କେଟିଂ ପାଇଁ ଅନୁମତି ପାଇଛି ହେଟେରୋ କମ୍ପାନୀ। ହେଟେରୋ କମ୍ପାନୀ ୧ ଲକ୍ଷ କୋଭିଫର ଔଷଧ ଆଗାମୀ ଦୁଇ-ତିନି ସପ୍ତାହ ମଧ୍ୟରେ ତିଆରି କରି ବିଭିନ୍ନ ରାଜ୍ୟକୁ ପଠାଇବାକୁ ଲକ୍ଷ୍ୟ ରଖିଛି । କରୋନାରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟକୁ ଏହି ରେମଡେସିଭିର ଆଗ ପଠାଉଛି କମ୍ପାନୀ। କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ତେଲେଙ୍ଗାନାର ହାଇଦ୍ରାବାଦରେ ରହିଛି।

Leave A Reply

Your email address will not be published.

4 × 3 =

error: Content is protected !!
Open chat