କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୮: ଗତବର୍ଷ ଗଣେଶ ଚତୁର୍ଥୀରେ ଦେଶ ଛାଡି ପଳାୟନ କରିଥିବା ଦୁଷ୍କର୍ମ ଅଭିଯୁକ୍ତ ବାବା ନିତ୍ୟାନନ୍ଦ କୈଳାସ ମୁଦ୍ରା ଉନ୍ମୋଚନ କରିଛନ୍ତି | ଦେଶ ଛାଡି ପଳାୟନ କରି ଏକ୍ୟୁଏଡର ଉପକୂଳବର୍ତ୍ତୀ ଏକ ଦ୍ୱୀପରେ ନିଜର ଏକ ଦେଶ ପ୍ରତିଷ୍ଠା କରିଥିବ ଦାବି କରିଛନ୍ତି | ଏହି ଦେଶର ନାଁ ସେ କୈଳାସ ରଖିଛନ୍ତି | ବାବା ନିତ୍ୟାନନ୍ଦ ଉନ୍ମୋଚନ କରିଥିବା ମୁଦ୍ରାର ନାଁ କୈଳାସିଆନ ଡଲାର | ଏହାସହ ସେ ରିଜର୍ଭ ବ୍ୟାଙ୍କ ଅଫ କୈଳାସ ମଧ୍ୟ ଆରମ୍ଭ କରିଛନ୍ତି |
କୈଳାସର ୱେବସାଇଟ୍ (www.kailaasa.org) ଅନୁଯାୟୀ, ଏହା ହେଉଛି ଏକ ସୀମା ବିହୀନ ଦେଶ ଯାହାକି ପୃଥିବୀର ବିତାଡିତ ହିନ୍ଦୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି, ଯେଉଁମାନେ ନିଜ ଦେଶରେ ସ୍ୱାଧୀନ ଭାବରେ ହିନ୍ଦୁ ଧର୍ମର ଅଭ୍ୟାସ କରିବାର ଅଧିକାର ହରାଇଛନ୍ତି।
ପାରାମାଶିଭା ଏବଂ ନନ୍ଦୀର ପ୍ରତୀକ ସହିତ ଏହି ଦେଶର ନିଜର ଜାତୀୟ ପତାକା ରହିଛି ଏବଂ ଏହାକୁ ‘ଋଷଭ ଧ୍ବଜା’ କୁହାଯାଏ। ଇଂରାଜୀ, ସଂସ୍କୃତ ଏବଂ ତାମିଲ ହେଉଛି ଏହି ଦେଶର ମୁଖ୍ୟ ଭାଷା |