ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ମନେ ପକାଇବା ସହ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ: ସ୍ମୃତିଚାରଣ କରି ଭାବବିହ୍ବଳ ହେଲେ ଉପ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଠିକ୍ ଗୋଟିଏ ବର୍ଷ ପୂର୍ବେ ଆଜିର ଦିନରେ ସେ ଦେହତ୍ୟାଗ କରିଥିଲେ। ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବିଜେପି ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପ-ରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ତୈଳ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ଜେ.ପି. ନଡ୍ଡାଙ୍କ ସମେତ ଅନେକ ନେତା ତାଙ୍କୁ ସ୍ମରଣ କରି ଟ୍ୱିଟ କରିଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/08/ja.jpg?resize=1024%2C682&ssl=1)
ଉପରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡ଼ୁ ଟ୍ୱିଟ କରି ଅତ୍ୟନ୍ତ ଭାବବିହ୍ୱଳ ହୋଇ ଲେଖିଛନ୍ତିି ଯେ, ଆଜି ମୋର ବନ୍ଧୁ ଶ୍ରୀ ଅରୁଣ ଜେଟଲୀ ବହୁତ ମନେ ପଡ଼ୁଛନ୍ତି। ଉପରାଷ୍ଟ୍ରପତି ବନ୍ଧୁ ଅରୁଣ ଜେଟଲୀଙ୍କୁ ବହୁତ ମନେ ପକାଉଥିବା କହିଛନ୍ତି। ଏହା ସହିତ ଉପରାଷ୍ଟ୍ରପତି ତାଙ୍କ ବନ୍ଧୁ ଅରୁଣ ଜେଟଲୀଙ୍କର କିଛି ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି । ତାଙ୍କର ବହୁତ ଭଲ ବ୍ୟକ୍ତିତ୍ୱ ସହ ପ୍ରଖର ବୁଦ୍ଧି ଏବଂ ଆଇନଗତ ଦକ୍ଷତା ଥିଲା। ଗତ ବର୍ଷ ଆଜିର ଦିନରେ ଆମେ ଶ୍ରୀ ଅରୁଣ ଜେଟଲୀଙ୍କୁ ହରାଇଥିଲୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବବିହ୍ୱଳ ହୋଇ ଟ୍ୱିଟ କରି ଲେଖିଛନ୍ତିି, ମୋର ବନ୍ଧୁ ବହୁତ ମନେ ପଡ଼ୁଛନ୍ତି। ଗତ ବର୍ଷ ଆଜିର ଦିନରେ ଆମେ ଶ୍ରୀ ଅରୁଣ ଜେଟଲୀଙ୍କୁ ହରାଇଥିଲୁ। ମୁଁ ମୋର ବନ୍ଧୁଙ୍କୁ ବହୁତ ମନେ ପକାଉଛି। ଅରୁଣ ଜୀ ଯତ୍ନର ସହ ଭାରତର ସେବା କରିଥିଲେ। ତାଙ୍କର ବହୁତ ଭଲ ବ୍ୟକ୍ତିତ୍ବ ସହ ପ୍ରଖର ବୁଦ୍ଧି ଏବଂ ଆଇନଗତ ଦକ୍ଷତା ଥିଲା।
ସେହିଭଳି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟ୍ୱିଟ କରି ଲେଖିଛନ୍ତି ଯେ, ଅରୁଣ ଜେଟଲୀ ଜୀ ଜଣେ ବିଶିଷ୍ଟ ରାଜନେତା, ପ୍ରଫୁଲ୍ଲ ବକ୍ତା ତଥା ଜଣେ ମହାନ ମଣିଷ ଥିଲେ। ଦେଶପ୍ରେମ ପାଇଁ ଯିଏ ସର୍ବଦା ସ୍ମରଣୀୟ ରହିବେ।
କେନ୍ଦ୍ର ତୈଳ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଦ୍ମଭୂଷଣ ଶ୍ରୀ ଅରୁଣ ଜେଟଲୀଙ୍କୁ ସ୍ମରଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱର୍ଗତ ଅରୁଣ ଜେଟଲୀଙ୍କୁ ଜଣେ ବିଶିଷ୍ଟ ପଣ୍ଡିତ, ନିର୍ଦ୍ଦେଶକ, ଓକିଲ, ପ୍ରଶାସକ ସହ ତାଙ୍କୁ ଉତ୍ତମ ଜ୍ଞାନର ଉତ୍ତରାଧିକାରୀ ବୋଲି ଦର୍ଶାଇଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ତାଙ୍କ ଆଦର୍ଶ ଅବଦାନ ଭବିଷ୍ୟତ ପିଢିକୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଅରୁଣ ଜେଟଲୀଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କ ସହଧର୍ମିଣୀଙ୍କ ସହିତ ଦିଲ୍ଲୀ, ଏମସ ଠାରେ ତାଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିରରେ ଯୋଗ ଦେବା ସହ କୃତି ବିଦ୍ୟାର୍ଥି ମାନଙ୍କୁ ସାଇକେଲ ବିତରଣ କରିଥିଲେ ।
ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଟ୍ୱିଟ କରି ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି, ଶ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ତାଙ୍କୁ ନମସ୍କାର। ରାଷ୍ଟ୍ର ନିର୍ମାଣରେ ଜନ କଲ୍ୟାଣ ନୀତି ଏବଂ ଯୋଜନାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
ବିଜେପି ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ମରଣ କରାଯାଇଛି। ବିଜେପି ପକ୍ଷରୁ ଟ୍ବିଟ୍ କରି ଲେଖାଯାଇଛି ଯେ, ପଦ୍ମଭୂଷଣ ଶ୍ରୀ ଅରୁଣ ଜେଟଲୀ, ତାଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀରେ ବିଶିଷ୍ଟ ପଣ୍ଡିତ, ନିର୍ଦ୍ଦେଶକ, ଓକିଲ, ପ୍ରଶାସକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି। ଉତ୍ତମ ଜ୍ଞାନର ଉତ୍ତରାଧିକାରୀ ଏବଂ ବିଭିନ୍ନ କ୍ଷେତ୍ରରେ ଆଦର୍ଶ ଅବଦାନ ଭବିଷ୍ୟତ ପିଢିକୁ ପ୍ରେରଣା ଯୋଗାଇବ।