ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ସହ ଧନ୍ଦାମୂଳକ ପରୀକ୍ଷା ଫଳ : ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୮: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା ବିଭାଗ ପରୀକ୍ଷା ଫଳ ଆସନ୍ତା ସେପ୍ଟେମ୍ବର ମାସରେ ପ୍ରକାଶ ପାଇବ। ଏଥି ସହ ଧନ୍ଦାମୂଳକ ପରୀକ୍ଷା ଫଳ ବି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଚଳିତ ଅଗଷ୍ଟ ମାସରେ ପାଇବ ବୋଲି ଘୋଷଣା କରାଯାଇଥିଲା।
![](https://i0.wp.com/kalingajyoti.com/wp-content/uploads/2020/08/images-9.jpeg?resize=514%2C294&ssl=1)
ଏଠାରେ ଉଲ୍ଲେଖଯୋଗ୍ୟ କି ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷାଫଳ ପ୍ରକାଶ ପାଇଛି। କଳା ଓ ଧନ୍ଦମୂଳକ ଶିକ୍ଷା ବିଭାଗର ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
![](https://kalingajyoti.com/wp-content/uploads/2020/08/images-4-3.jpeg)
ମୂଲ୍ୟାୟନ ପ୍ରକ୍ରିୟା ଖୁବ୍ଶୀଘ୍ର ଶେଷ କରାଯିବ ଓ ଅଗଷ୍ଟ ଶେଷ ସପ୍ତାହରେ ଫଳ ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୂର୍ବରୁ ସୂଚନା ଦେଇଥିଲେ । ତେବେ ପୂର୍ବବର୍ଷଗୁଡ଼ିକ ପରି ଏଥର ମଧ୍ୟ ପରୀକ୍ଷାଫଳ ପୁସ୍ତିକା ପ୍ରକାଶ ପାଇବ ନାହିଁ।