ରାଜ୍ୟରେ ଶସ୍ତା ହେଲା କୋଭିଡ୍ ଟେଷ୍ଟ : ଘରୋଇ ଲାବରେ ଆରଟି-ପିସିଆର ପରୀକ୍ଷା ଦର ୧୨ ଶହ ଟଙ୍କାକୁ କମାଇଲେ ରାଜ୍ୟ ସରକାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୮: ରାଜ୍ୟରେ ଶସ୍ତା ହେଲା କରୋନା ଟେଷ୍ଟ । ଏଣିକି ଘରୋଇ ସଂସ୍ଥାରେ କୋଭିଡ୍ ଟେଷ୍ଟ ଶସ୍ତା ହେବ । 12ଶହ ଟଙ୍କାରେ ହେବ ଆର୍ଟି ପିସିଆର ଟେଷ୍ଟ । 2200 ଟଙ୍କାରୁ କମି 12 ଶହ ଟଙ୍କା ହେବ କୋଭିହ୍ ଟେଷ୍ଟ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଆଇସିଏମ୍ଆର ସ୍ବୀକୃତିପ୍ରାପ୍ତ ବେସରକାରୀ ଲାବରୋଟରୀ ଡିପାର୍ଟମେଣ୍ଟ ଅଫ୍ ଲ୍ୟାବ୍ ସର୍ଭିସେସ୍ ଆପୋଲ ହସ୍ପିଟାଲ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ, ଆଇଏନ୍ଡିଏନ୍ଏ ଲାଇଫ୍ ସାଇନ୍ସେସ୍ କିଟ୍ ଏବଂ ଜେନ୍-ଏକ୍ସ ଡାଇଗୋ୍ନାଷ୍ଟିକ୍ସ୍କୁ ଏନେଇ ଚିଠି ଲେଖାଯାଇଛି ।
ଘରୋଇ ପରୀକ୍ଷାଗାରରେ କରୋନା ପରୀକ୍ଷା ଆରଏମଆରସି (ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର) ତତ୍ତ୍ୱାବଧାନରେ କରାଯିବ । ପୁଣି ପରୀକ୍ଷା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଦ୍ୱାରା ଧାର୍ଯ୍ୟ ଆରଟିପିସିଆର ଗାଇଡଲାଇନ ପାଳନ ପୂର୍ବକ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।
ଚଳିତ ମାସ ପ୍ରାରମ୍ଭରେ ସ୍ୱୀକୃତିପ୍ରାପ୍ତ ଘରୋଇ ଲାବରେ ଆଣ୍ଟିଜେନ ଓ ଆରଟିପିସିଆର ପରୀକ୍ଷା କରିବାକୁ ରାଜ୍ୟ ସରକାର ଅନୁମିତ ଦେଇଥିଲେ । ଆଣ୍ଟିଜେନ ପରୀକ୍ଷା ପାଇଁ ରାଜ୍ୟ ସରକାର ୪୫୦ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି ।