ପିଏମ୍ ଆବାସ ନିର୍ମାଣରେ କେବଳ କାଗଜ ପତ୍ରରେ ଓଡିଶା ସରକାର ଏକ ନମ୍ବର :ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୮: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭଷ୍ଟ୍ରାଚାର ମାଧ୍ୟମରେ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟସରକାର । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଂଚାୟତ ଖରବା ଗାଁ ରେ୧୩ଟି ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ ବା ପି.ଭି.ଟି.ଜି ଅନ୍ତର୍ଭୃକ୍ତ ଜୁଆଙ୍ଗ ଜନଜାତି ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ ଅର୍ଥରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଛି ।
![](https://i0.wp.com/kalingajyoti.com/wp-content/uploads/2020/08/G.Mahapatra-1024x576-1.jpg?resize=543%2C305&ssl=1)
ଏନେଇ ବିଜେପି ପକ୍ଷରୁ ସରଜମିନ ତଦନ୍ତ ପରେ ବାସ୍ତବ ସ୍ଥିତିର ତଥ୍ୟ ପ୍ରମାଣ ରଖାଯାଇଥିବାବେଳେ ଶାସକ ଦଳର ମୁଖପାତ୍ର ଏ ପ୍ରସଙ୍ଗରେ କିଛି ନକହି କେନ୍ଦ୍ର ସରକାର ଆମକୁ ପୁରସ୍କାର ଦେବା କହି ନିଜ ପିଠି ନିଜେ ଥାପୁଡାଇ ଓଡିଶାବାସୀଙ୍କୁ ପୁଣିଥରେ ଭ୍ରମିତ କରିଛନ୍ତି । ଯଦି ସତସାହାସ ଅଛି ତେବେ ଆମେ ପଚାରିଥିବା ପ୍ରଶ୍ନ ତଥା ଜୁଆଙ୍ଗ ଜନଜାତିଙ୍କୁ ଘର କରାଇଦେବା ନାଁ ରେ କୋଟି କୋଟି ଟଙ୍କା ହଡପ ଘଟଣାକୁ ମିଥ୍ୟା ବୋଲି ପ୍ରମାଣ କରନ୍ତୁ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଖୋଲା ଆହ୍ୱାନ ଦେଇଛନ୍ତି ।ରାଜ୍ୟସାରା କେବଳ କାଗଜପତ୍ରରେ ଘର ହୋଇଛି ବୋଲି ଦର୍ଶାଇ ବିଜେଡି ନେତା ଓ ଅଫିସରମାନେ କୋଟି କୋଟି ଟଙ୍କା ହଡପ କରିଛନ୍ତି । ବିଗତ ଦିନରେ ମିଛ କାଗଜ ଦେଖାଇ ପୁରସ୍କାର ନେବାରେ ଅଗ୍ରଣୀ ରାଜ୍ୟ ହେଉଛି ଓଡିଶା ବୋଲି ଶ୍ରୀ ମହାପାତ୍ର କଟାକ୍ଷ କରି କହିଛନ୍ତି ।
![](https://kalingajyoti.com/wp-content/uploads/2020/08/download-34.jpeg)
ଦୁର୍ବଳ ଜନଜାତି ଗୋଷ୍ଠୀ ବା ପି.ଭି.ଟି.ଜି ଅନ୍ତର୍ଭୃକ୍ତ ଜୁଆଙ୍ଗ ଜନଜାତିମାନଙ୍କୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି । ବିଜେପି ସଦାସର୍ବଦା ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ କାର୍ଯ୍ୟ କରୁଥିବାବେଳେ ରାଜ୍ୟସରକାର ଜୁଆଙ୍ଗମାନଙ୍କୁ ଅଣଦେଖା କରିଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଆବାସର ଦୁର୍ନୀତି କେନ୍ଦୁଝର ଜିଲ୍ଲାରେ ଏହି ଖରବା ଗାଁ କେବଳ ଭାତହାଣ୍ଡିର ଗୋଟିଏ ଭାତ ସଦୃଶ୍ୟ । ଏହି ଦୁର୍ନୀତି ସାରା ଓଡିଶାରେ ବ୍ୟାପିଛି । ଶାସକ ଦଳର ମୁଖପାତ୍ର ଖରବା ଗାଁରେ ହାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୂର୍ନୀତି ସଂପର୍କରେ ନିଦ୍ଦିଷ୍ଟ ଭାବେ ଉତର ରଖିବାକୁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।