ଆସନ୍ତାବର୍ଷ ଜାନୁଆରିରେ ଆସିବ ବିରୁଷ୍କାଙ୍କ ଘରକୁ ନୂଆ ଅତିଥି, ଇନ୍‌ଷ୍ଟା ପୋଷ୍ଟ୍‌‌ କରି ସୂଚନା ଦେଲେ ଅନୁଷ୍କା

0 559
greentech

ମୁମ୍ବାଇ: ସେଲିବ୍ରିଟି ଦମ୍ପତି ଅନୁଷ୍କା ଶର୍ମା ଓ ବିରାଟ କୋହଲି ସୋସିଆଲ୍‌ ମିଡିଆରେ ଏକ ବଡ଼ ଘୋଷଣା କରିଛନ୍ତି। ଅନୁଷ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି କି ସେ ଚାରି ମାସର ଗର୍ଭବତୀ ଅଛନ୍ତି ଓ ୨୦୨୧ ଜାନୁଆରିରେ ସେ ମାଆ ବନିବାକୁ ଯାଉଛନ୍ତି। ବିରାଟ ଓ ତାଙ୍କ ନିଜର ଏକ ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି, ‘ଆମେ ତିନ। ସେ ୨୦୨୧ ଜାନୁଆରିରେ ଆସୁଛି।’ ବିରାଟ ମଧ୍ୟ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ର ସମାନ ପୋଷ୍ଟ୍‌ କରିଛନ୍ତି।

କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ରେ ଅନୁଷ୍କା ଏବଂ ବିରାଟ ଏକାଠି ଅନେକ ସମୟ ଅତିବାହିତ କରି ସୋସିଆଲ ମିଡିଆରେ ବ୍ୟକ୍ତିଗତ ଜୀବନର ଅନେକ‌ ମୁହୂର୍ତ୍ତକୁ ସେୟାର୍‌ କରିଛନ୍ତି।

କେବେ କେବେ ଏହି ଦମ୍ପତି ସୋସିଆଲ୍‌ ମିଡିଆରେ ସେମାନଙ୍କ କେଶ କାଟିବାର ଭିଡିଓ ସେୟାର୍‌ କରିଥିଲେ ତ ପୁଣି କେବେ ନିଜ ପୋଷା କୁକୁରର ମୃତ୍ୟୁରେ ଦୁଃଖପୂର୍ଣ୍ଣ ପୋଷ୍ଟ୍‌ କରିଥିଲେ ଅନୁଷ୍କା।

କେବଳ ସେତିକି ନୁହେଁ, ଇନ୍‌ଷ୍ଟାଗ୍ରାମ୍‌ରେ କୁଇଜ୍‌ ପ୍ରତିଯୋଗିତାରୁ ନେଇ ନିଜେ ଘରେ କିପରି ଭାବେ ପୃଥକ ହୋଇ ରହୁଛନ୍ତି ସେ ସମସ୍ତ ବିଷୟରେ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି ବିରୁଷ୍କା। ଏହି ଦମ୍ପତି ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ନିକଟରେ ଅଭିନେତ୍ରୀ କରୀନା କପୁର ଓ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍ ସେମାନଙ୍କର ଦ୍ବିତୀୟ ଶିଶୁର ଆଗମନ ବିଷୟରେ ସୂଚନା ଦେଇଥିଲେ। ସେମାନଙ୍କର ପୂର୍ବରୁ ତୈମୁର ନାମରେ ଏକ ପୁତ୍ର ସନ୍ତାନ ଅଛି।

Leave A Reply

Your email address will not be published.

seven − 4 =

error: Content is protected !!
Open chat