କରୋନା ଯୋଗୁଁ କଟକଣା :ରାଜଧାନୀରେ ନିରାଡମ୍ବର ଭାବେ ହେବ ଦୂର୍ଗା ପୂଜା : ଦୁଆର ଦୁଆର ବୁଲି ଆଦାୟ ହେବନି ଚାନ୍ଦା- ଏହି ସବୁ ନିୟମ ଲାଗୁ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯:ଚଳିତ ବର୍ଷ କରୋନା ଯୋଗୁଁ ଅନେକ କଟକଣା । ତେବେ ପରମ୍ପରା ରକ୍ଷା ପାଇଁ ରାଜଧାନୀର ବିଭିନ୍ନ ମଣ୍ଡପରେ ନିରାଡମ୍ବର ଭାବେ ଦୂର୍ଗା ପୂଜା କରାଯିବ । ୯୦ ପ୍ରତିଶତରୁ କମ୍ ଖର୍ଚ୍ଚ କରାଯବ । ଦୁଆର ଦୁଆର ବୁଲି ଚାନ୍ଦା ଆଦାୟ କରାଯିବ ନାହିଁ ବୋଲି ମୋଟ ୧୮୪ପୂଜା କମିଟି ଭୁବନେଶ୍ୱର ଭସାଣି ସମିତିର ସମ୍ପାଦକ ଦିଲ୍ଲୀପ ମହାନ୍ତି ଏହି ସୂଚନା ଦେଇଛନ୍ତି ।
ପୂଜା ମଣ୍ଡପରେ ତୋରଣ ହେବନାହିଁ । ସାଜସଜା, ଭସାଣି, ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବାରଣ କରାଯାଇଛି ପୂର୍ବ ବର୍ଷ ଅପେକ୍ଷା ୯୦ ପ୍ରତିଶତ କମ୍ ଖର୍ଚ୍ଚରେ ପୂଜା କରାଯିବ ।
କରୋନା ସଂକ୍ରମଣ ସମୟରେ ଭୁବନେଶ୍ୱରରେ ଆଡ଼ମ୍ବରଶୂନ୍ୟ ପୂଜା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
୧- ପୂଜାରେ ତୋରଣ ଓ ଆଲୋକାମଳା ଲାଗିବନି, ମାଇକ ବାଜିବନି
୨- କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ କି ନାହିଁ ବିଚାର କରାଯିବ
୩- ପୂଜା କମିଟିର ମାତ୍ର ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ
୪- ଘର ଘର ବୁଲି ଚାନ୍ଦା କରାଯିବନି, ସ୍ୱଇଚ୍ଛାରେ ଯିଏ ଯାହା ଦେବେ
୫- ଲୋକ ମଣ୍ଡପକୁ ନଆସି ଘରେ ରହି ପୂଜା ପାଳନ କରିବେ
୬- ମୂର୍ତ୍ତିର ଉଚ୍ଚତା ୪ରୁ ୫ଫୁଟ ମଧ୍ୟରେ ରହିବ, ନିର୍ଦ୍ଧିଷ୍ଟ ଉଚ୍ଚତା ହେବ
୭- ରାବଣ ପୋଡ଼ି ହେବନାହିଁ କି ଭସାଣ ଉତ୍ସବ କରାଯିବ ନାହିଁ
୮- କେବଳ ମୂର୍ତ୍ତି ବିସର୍ଜନ ଜରାଯିବ