ଆମେରିକା ବୈଜ୍ଞାନିକମାନେ କରୋନା ଭାଇରସ୍ ସଂକ୍ରମଣ କରାଉଥିବା ଓ ରୋକୁଥିବା ଜିନ୍ ଚିହ୍ନଟ କଲେ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଜିନ୍-ଏଡିଟିଙ୍ଗ୍ ଟୁଲ୍ ‘ସିଆର୍ଆଇଏସ୍ପିଆର୍-କ୍ୟାସ୍୯’ ବ୍ୟବହାର କରି ଆମେରିକା ବୈଜ୍ଞାନିକମାନେ ସଂକ୍ରମିତ ଜୀବକୋଷ ମଧ୍ୟରୁ କରୋନାଭାଇରସ୍ ସଂକ୍ରମଣରେ ସହାୟତା କରୁଥିବା କିଂବା ସଂକ୍ରମଣ ରୋକୁଥିବା କେତେକ ଜିନ୍ ବା ଗୁଣସୂତ୍ର ଚିହ୍ନଟ କରିଛନ୍ତି। ଏହି ଅଧ୍ୟୟନ ଯୁକ୍ତରାଷ୍ଟ୍ର ଆମେରିକାର ‘ୟେଲ୍ ସ୍କୁଲ୍ ଅଫ୍ ମେଡିସିନ୍, ବୋର୍ଡ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏମ୍ଆଇଟି ଓ ହାର୍ଭାର୍ଡ୍ର ଗବେଷକମାନେ କରିଥିଲେ। ଗବେଷକମାନେ କହିଛନ୍ତି ଯେ, ମାନବ ଶରୀରରେ କରୋନାଭାଇରସ୍ କିଭଳି ବହୁଗୁଣିତ ହେଉଛି ତାହା ବୁଝିବାରେ ଏହି ଜିନ୍ର ସ୍କ୍ରିନିଙ୍ଗ୍ ସେମାନଙ୍କୁ ସହାୟକ ହେବ। ଫଳରେ ଫଳପ୍ରଦ ଚିକିତ୍ସା ଏବଂ ଟିକା ଦ୍ବାରା ନିର୍ଦ୍ଦିଷ୍ଟ ଗୁଣସୂତ୍ର ଏବଂ ଜୀବକୋଷୀୟ ପ୍ରକ୍ରିୟାକୁ ବନ୍ଦ କରାଇ ଭୂତାଣୁର ସଂକ୍ରମଣ ପଥରେ ବାଧା ସୃଷ୍ଟି କରିହେବ। ଗବେଷକମାନେ କହିଛନ୍ତି ଯେ, ମାନବ ଶରୀରରେ କରୋନାଭାଇରସ୍ କିଭଳି ବହୁଗୁଣିତ ହେଉଛି ତାହା ବୁଝିବାରେ ଏହି ଜିନ୍ର ସ୍କ୍ରିନିଙ୍ଗ୍ ସେମାନଙ୍କୁ ସହାୟକ ହେବ। ଫଳରେ ଫଳପ୍ରଦ ଚିକିତ୍ସା ଏବଂ ଟିକା ଦ୍ବାରା ନିର୍ଦ୍ଦିଷ୍ଟ ଗୁଣସୂତ୍ର ଏବଂ ଜୀବକୋଷୀୟ ପ୍ରକ୍ରିୟାକୁ ବନ୍ଦ କରାଇ ଭୂତାଣୁର ସଂକ୍ରମଣ ପଥରେ ବାଧା ସୃଷ୍ଟି କରିହେବ।
ଏହା ବ୍ୟତିରେକେ, ଭୂତାଣୁଙ୍କୁ ନିଜର ପ୍ରତିରୂପ ସୃଷ୍ଟି କରିବାରେ ସହାୟକ ହେଉଥିବା ଗୁଣସୂତ୍ର ଏବଂ ପଥ ମଧ୍ୟ ଗବେଷକମାନେ ଚିହ୍ନଟ କରିଛନ୍ତି। ଏହା ହେଉଛି ଡିଏନ୍ଏ ପ୍ୟାକେଜ୍ ହେବାରେ ସହାୟକ ହେଉଥିବା ଦଳେ ପ୍ରୋଟିନ୍ ବା ପୁଷ୍ଟିସାର। ଏହାର ନାମ ଏସ୍ଡବ୍ଲୁଆଇ/ଏସ୍ଏନ୍ଏଫ୍ କ୍ରୋମାଟିନ୍ ରିମଡେଲିଙ୍ଗ୍ କମ୍ପ୍ଲେକ୍ସ। ସଂକ୍ରମଣର ପଥ ପ୍ରଦର୍ଶନ କରୁଥିବା ଉପାଦାନ ହେଉଛି ଟିଜିଏଫ୍-ବିଟା।
ଏହି ପ୍ରୋଟିନ୍ ପରିବାର ଜୀବକୋଷ ବୃଦ୍ଧି ଓ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ। ଅଧ୍ୟୟନରେ ଗବେଷକ ବୈଜ୍ଞାନିକମାନେ କଲ୍ଚର୍ କରାଯାଇଥିବା ଆଫ୍ରିକୀୟ ଶାଗୁଆ ମାଙ୍କଡ଼ର ଜୀବକୋଷରୁ ନିର୍ଦ୍ଦିଷ୍ଟ ଜିନ୍ କାଟି ନେଇଥିଲେ। ଏହି ଜୀବକୋଷ କୋଭିଡ୍-୧୯ ସଂକ୍ରମିତ ହେବ ବୋଲି ସେମାନେ ସନ୍ଦେହ କରୁଥିଲେ। ଏହି ସମ୍ପାଦିତ ଗୁଣସୂତ୍ରକୁ ସାର୍ସ-କୋଭ୍-୨ ଦ୍ବାରା ସଂକ୍ରମିତ କରାଇ ବୈଜ୍ଞାନିକମାନେ ଚିହ୍ନିବାକୁ ଚେଷ୍ଟା କରିଥିଲେ- ଏ ସବୁ ଭୂତାଣୁ ପାଇଁ ଅନୁକୂଳ ନା, ପ୍ରତିକୂଳ। ଏଥିରୁ ଜଣାପଡ଼ିଥିଲା ଯେ, ଜୀବକୋଷରେ ଥିବା ଏଞ୍ଜିଓଟେନ୍ସିନ୍-କନ୍ଭର୍ଟିଙ୍ଗ୍ ଏନ୍ଜାଇମ୍୨ ଏବଂ କ୍ୟାଥେସ୍ପିନ୍ ଏଲ୍ ନାମକ ପ୍ରୋଟିନ୍ ଭୂତାଣୁ ସଂକ୍ରମଣ କରାଇବାରେ ସହାୟକ ହେଉଛି।