![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୯ : ପରିବହନ କ୍ଷେତ୍ରରେ ରେଳବାଇର ଅଂଶ ବୃଦ୍ଧି କରିବା ପାଇଁ ପୂର୍ବତଟ ରେଳପଥ ନୂତନ ଭାବେ ଆରମ୍ଭ ହୋଇଥିବା ଏହାର ବିଜନେସ ଡେଭେଲପମେଣ୍ଟ ୟୁନିଟ (ବିଡିୟୁ) ମାଧ୍ୟମରେ ବାଣିଜ୍ୟ ଏବଂ ଶିଳ୍ପ ସଂସ୍ଥା ଗୁଡିକର ନିକଟତର ହେବାକୁ ଯାଉଛି ଯାହା ଦ୍ୱାରା ଅଣ-ବହୁଳ ସାମଗ୍ରୀ ଯେଉଁ ଗୁଡିକ ରାଜପଥ ଗୁଡିକରେ ପରିବହନ କରାଯାଉଛି ସେଗୁଡିକୁ ରେଳ ମାଧ୍ୟମରେ ପରିବହନ କରିବା ପାଇଁ ଏଜେନ୍ସି ଗୁଡିକୁ ଆକୃଷ୍ଟ କରାଇବେ । ଏହି ୟୁନିଟ୍ ଗୁଡିକ ରେଳ ଦ୍ୱାରା ଗ୍ରାହକ ମାନଙ୍କ ଉତ୍ପାଦ ପରିବହନ ପାଇଁ ବାଣିଜ୍ୟ ଏବଂ ଶିଳ୍ପଗୁଡିକୁ ଆକର୍ଷିତ କରିବ ଯାହା ବର୍ତମାନ ସଡକ ଯୋଗେ ପରିବହନ କରାଯାଉଛି । ବାଣିଜ୍ୟ ଏବଂ ଶିଳ୍ପ ସଂସ୍ଥା ସହିତ ସମ୍ପ୍ରତି ପାରସ୍ପରିକ କଥାବାର୍ତାରେ ପୂର୍ବ ତଟ ରେଳପଥ ବର୍ତମାନ ଆଉଟସୋର୍ସିଂ ଆଧାରରେ ଏହାର ୨୮ ଟି ଗୁଡ୍ ସେଡ୍ ଯୋଗାଇବାକୁ ଯୋଜନା କରିଛି ଏବଂ ଉପରୋକ୍ତ ବିଷୟ ଉପରେ ଆଗ୍ରହ ପ୍ରକାଶ କରିବାକୁ କମ୍ପାନୀ ଗୁଡିକ ସହିତ ଆଲୋଚନା କରୁଛି ।
ବିଡିୟୁ ସଦସ୍ୟମାନେ ବର୍ତମାନ ବାଣିଜ୍ୟ ଏବଂ ଶିଳ୍ପ ସହିତ ବାରମ୍ବାର ଯୋଗାଯୋଗ କରୁଛନ୍ତି ଯାହାଦ୍ୱାରା ସେମାନେ ବର୍ତମାନର ପରିବହନ ଢାଂଚା ବିଷୟରେ ଜାଣିପାରିବେ ଏବଂ ରେଳବାଇରେ କିଭଳି ଅଧିକ ଟ୍ରାଫିକ୍ ପରିବହନ କରାଯାଇ ପାରିବ ସେଥିପାଇଁ ସଂସ୍ଥା ଗୁଡିକୁ ଆକର୍ଷିତ କରାଇବେ ଓ ଉଭୟ ଗ୍ରାହକ ଏବଂ ରେଳବାଇର ସୁବିଧା ପାଇଁ ପୂର୍ବତଟ ରେଳପଥ ବିଜନେସ ଡେଭେଲପମେଂଟ ୟୁନିଟ (ବିଡିୟୁ) ବର୍ତମାନ ବାଣିଜ୍ୟ ଏବଂ ଶିଳ୍ପରୁ ପ୍ରାପ୍ତ ପ୍ରସ୍ତାବଗୁଡ଼ିକର ଶୀଘ୍ର ବିଚାର କରିବା ସହିତ ଏହାର ସମାଧାନର ମାର୍ଗ ଦର୍ଶାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛି । ଗ୍ରାହକ ଏବଂ ଶିଳ୍ପ ସଂସ୍ଥା ସହିତ ପୂର୍ବତଟ ରେଳପଥ ବିଜନେସ ଡେଭେଲପମେଂଟ ୟୁନିଟ ବାରମ୍ବାର ପାରସ୍ପରିକ ସମନ୍ୱୟ ରକ୍ଷାକରି ବର୍ତମାନ ଚାଲୁଥିବା ପାରମ୍ପାରିକ ଦ୍ରବ୍ୟରେ ରେଳବାଇର ଅଂଶକୁ ମଜବୁତ କରିବା ପାଇଁ ପୂର୍ବତଟ ରେଳପଥ ବର୍ତମାନ ବିଭିନ୍ନ ଅଣ-ବଲ୍କ ସାମଗ୍ରୀ ଟ୍ରାଫିକ୍ ବୃଦ୍ଧି କରିବାର ଉପାୟ ଅନୁସନ୍ଧାନ କରୁଛି । ଗ୍ରାହକ, ବ୍ୟବସାୟୀ ଏବଂ ଶିଳ୍ପଗୁଡିକରୁ ପ୍ରାପ୍ତ ସମସ୍ତ ପ୍ରସ୍ତାବ ତୁରନ୍ତ ଉପଯୁକ୍ତ ସ୍ତରରେ ସମୀକ୍ଷା କରାଯାଉଛି ଯାହା ଦ୍ୱାରା ତୁରନ୍ତ ସହାୟତା ଯୋଗାଇ ଦିଆଯିବ ।
![](https://i0.wp.com/kalingajyoti.com/wp-content/uploads/2020/09/Lockdown_24_20200417_402_602.jpg?resize=602%2C402&ssl=1)
ଗ୍ରାହକଙ୍କୁ ଆଉଟସୋର୍ସିଂ ଆଧାରରେ ପ୍ରଦାନ କରିବାକୁ ଥିବା ପୂର୍ବତଟ ରେଳପଥର ୨୮ ଟି ଗୁଡ୍ ସେଡ୍ ଗୁଡିକ ହେଲା ଭଦ୍ରକ, କଟକ,ଧାନମଣ୍ଡଳ, ଢେଙ୍କାନାଳ, ଜଗନ୍ନାଥପୁର, ଯାଜପୁର କେନ୍ଦୁଝର ରୋଡ୍, କପିଳାସ ରୋଡ଼, ଖୋର୍ଦ୍ଧାରୋଡ୍, ନିର୍ଗୁଣ୍ଡି, ବବିଲି, ଜଗଦଲପୁର, ଜୟପୁର, ରାୟଗଡା, ଶ୍ରୀକାକୁଲମ ରୋଡ଼, ବିଶାଖାପାଟଣା ନୂତନ ଗୁଡ଼ସ କମ୍ପେ୍ଲକ୍ସ, ବିଜୟନଗରମ, ବଲାଙ୍ଗୀର, ବରଗଡ ରୋଡ୍, ବେଲସୋଣ୍ଡା,ଡୁଙ୍ଗ୍ରିପାଲ୍ଲୀ, ହିରାକୁଦ୍, ଜୁନାଗଡ ରୋଡ୍, କଂଟାବାଞ୍ଜି, କେସିଙ୍ଗା, ଖରିଆର ରୋଡ୍, କୋମାଖାନ୍, ଲପଙ୍ଗା ଏବଂ ସମ୍ବଲପୁର ସିଟି ।