![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୨୯/୦୬:ଜୁଲାଇ ୧ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ କରିଛି। ୧ ତାରିଖ ସକାଳ ୮ଟାରୁ ୧୦ଟା ମଧ୍ୟରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ପାଇଁ ସମୟ ନିର୍ଘଣ୍ଟ ହୋଇଛି। ସେହିପରି ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଛେରାପହଁରା ହେବ। ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ପାଇଁ ସମୟ ନିର୍ଘଣ୍ଟ ହୋଇଛି।
![](https://i0.wp.com/kalingajyoti.com/wp-content/uploads/2020/06/Raths-1024x576.jpeg?resize=1024%2C576)
ସୂଚନାଯୋଗ୍ୟ, ୨୩ ତାରିଖ ଦିନ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା। ତିନି ଠାକୁର ରତ୍ନବେଦୀ ଛାଡ଼ି ରଥରେ ଚଢ଼ି ଜନ୍ମବେଦୀ ଅଭିମୁଖେ ଯାତ୍ରା କରିଥିଲେ। ହେଲେ ଏ ବର୍ଷ କରୋନା ଯୋଗୁ ବିନା ଭକ୍ତରେ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା।