କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ଭୋଡାଫୋନ୍ ଓ ଆଇଡିଆ ଟେଲିକମ କମ୍ପାନୀ ମିଶ୍ରଣର ପ୍ରାୟ ଦୁଇ ବର୍ଷ ପରେ ଏହାର ନୂତନ ନାମ ଘୋଷଣା କରିଛନ୍ତି। ଭୋଡାଫୋନ୍ ଆଇଡିଆ ବର୍ତ୍ତମାନ ବଜାରରେ ଭିଆଇ(vi ) ଭାବରେ ପରିଚିତ ହେବେ। ଭୋଡାଫୋନ ପାଇଁ ‘ଭି’ ଓ ଆଇଡିଆ ପାଇଁ ‘ଆଇ’ ରଖାଯାଇଛି। ଭୋଡାଫୋନ୍ ଏବଂ ଆଇଡିଆ ଅଗଷ୍ଟ ୨୦୧୮ରେ ମିଶ୍ରିଣ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଉଭୟ କମ୍ପାନୀ ସେମାନଙ୍କ ନାମରେ ଚାଲୁଥିଲେ ।
ନୂତନ ନାମ ଘୋଷଣା ସମ୍ପର୍କରେ ସିଇଓ ରବିନ୍ଦ୍ର ତାକ୍କର କହିଛନ୍ତି, ଦୁଇଟି ବ୍ରାଣ୍ଡର ଏକକୀକରଣ ହେଉଛି ବିଶ୍ୱର ସର୍ବବୃହତ ଟେଲିକମ୍ ଏକୀକରଣ ଅଟେ। ଏକ ନୂତନ ଆରମ୍ଭ ପାଇଁ ସମୟ ଆସିଛି। ଏହି ଘୋଷଣା ପୂର୍ବରୁ, ଭୋଡାଫୋନ୍ ଆଇଡିଆର ଷ୍ଟକ୍ ଆଜି ସକାଳେ ୧୦% ବୃଦ୍ଧି ପାଇଛି। ନୂତନ ନାମ ଘୋଷଣା ହେବା ସହିତ କମ୍ପାନୀ ଏହାର ପ୍ଲାନରେ କୌଣସି ପରିବର୍ତ୍ତନ କରିନାହିଁ। କିନ୍ତୁ ଆଗକୁ ମୂଲ୍ୟ ବୃଦ୍ଧି କରିପାରେ ବୋଲି ଜଣାପଡ଼ିଛି।
ଭୋଡାଫୋନ୍-ଆଇଡିଆ ବର୍ତ୍ତମାନ ଏକ ନୂଆ ବ୍ରାଣ୍ଡ ନାମ ସହିତ ଉପଲବ୍ଧ ହେବ | ଏବେ ଏହାକୁ ‘ଭିଆଇ’ (‘ଭି’)ବୋଲି କୁହାଯିବ | ଏକ ଇଭେଣ୍ଟ ସମୟରେ କମ୍ପାନି ଏହି ନୂତନ ବ୍ରାଣ୍ଡ ନାମ ଏବଂ ଲୋଗୋ ଘୋଷଣା କରିଛି | ଭୋଡାଫୋନ୍ ପାଇଁ ‘ଭି’ ଏବଂ ଆଇଡିଆ ପାଇଁ ‘ଆଇ’ ରଖାଯାଇ ନୂଆ ବ୍ରାଣ୍ଡର ନାଁ ରଖାଯାଇଛି | ଭାରତରେ ଦୁଇ କମ୍ପାନିର ମିଶ୍ରଣ ହେବା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ କମ୍ପାନି ନିଜ ନାମରେ କାମ କରୁଥିଲେ, କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଅଣାଯାଇଛି |
କମ୍ପାନି ଏକ ବିବୃତ୍ତିରେ କହିଛି ଯେ, ଭବିଷ୍ୟତକୁ ଆଖି ଆଗରେ ରଖି ‘ଭିଆଇ’କୁ ଆମେ ଆଣିଛୁ ଏବଂ ବର୍ତ୍ତମାନ ଉଭୟ କମ୍ପାନି ସମାନ ବ୍ରାଣ୍ଡ ନାମରେ ବ୍ୟବସାୟ କରିବେ। କମ୍ପାନି କହିଛି ଯେ, ୪ଜି ସହିତ କମ୍ପାନି ପାଖରେ ୫ଜି ଟେକ୍ନୋଲୋଜି ମଧ୍ୟ ଅଛି। କମ୍ପାନି ଏହା ମଧ୍ୟ ଦାବି କରିଛି ଯେ, ମିଶ୍ରଣ ପରଠାରୁ ସାରା ଦେଶରେ ୪ଜି କଭରେଜ୍ ଦ୍ୱିଗୁଣିତ ହୋଇଛି। ଯଦିଓ କମ୍ପାନି ଏହି ସମୟ ମଧ୍ୟରେ ନୂତନ ଯୋଜନା ଘୋଷଣା କରିନାହିଁ, କିନ୍ତୁ ଶୁଳ୍କ ମୂଲ୍ୟ ବୃଦ୍ଧି ହେବ ବୋଲି ସୂଚିତ କରାଯାଇଛି।
ଭୋଡାଫୋନ୍-ଆଇଡିଆ ଲିମିଟେଡ୍ ସିଇଓ ରବିନ୍ଦ୍ର ଟକ୍କର କହିଛନ୍ତି ଯେ, ଭୋଡାଫୋନ୍-ଆଇଡିଆ ଏକ ମିଶ୍ରିତ ସଂସ୍ଥା ଭାବରେ ଦୁଇ ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା। ସେବେଠାରୁ, ଉଭୟ ବଡ ନେଟୱାର୍କକୁ ଏକତ୍ର କରିବାର କାର୍ଯ୍ୟ ଚାଲିଥିଲା ଏବଂ ବର୍ତ୍ତମାନ ଏହା ଭିଆଇ ବ୍ରାଣ୍ଡ ନାମ ସହିତ ପରିଚିତ ହେବ |