ଭବାନୀପାଟଣା,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯: ଚଳିତ ବର୍ଷ ଭବାନୀପାଟଣାରେ କଳାହାଣ୍ଡିର ଇଷ୍ଟଦେବୀ ମାଁ’ ମାଣିକେଶ୍ୱରୀଙ୍କ ପବିତ୍ର ଛତର୍ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ। ଆସନ୍ତା ମାସ ୨୪ ତାରିଖରେ ଛତର୍ ଯାତ୍ରା ଅନୁଷ୍ଠିତ ହେବ।
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କରୋନା ମହାମାରୀ ଯୋଗୁଁ କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମାଁ’ ଙ୍କର ପୂଜାନୀତି ସମ୍ପନ୍ନ କରାଯିବା । କୌଣସି ବାଜା ବାଜିବ ନାହିଁ କିମ୍ବା ଶୋଭାଯାତ୍ରା ହେବନାହିଁ, କେଵଳ କଳାହାଣ୍ଡିର ପ୍ରସିଦ୍ଧ ବାଦ୍ୟ ଘୁମୁରା ମଧ୍ୟମରେ ମା’ଙ୍କ ଛତର ଜେନାଖାଲ ରୁ ବାହାରି ପୋଲିସ ସୁରକ୍ଷା ମଧ୍ୟରେ ମନ୍ଦିର ପହଞ୍ଚିବ । ଉଲ୍ଲେଖନୀୟ ନିଷ୍ପତ୍ତି କ୍ରମେ ଚଳିତ ବର୍ଷ ପଶୁବଳୀକୁ ମଧ୍ୟ ବାଦ ଦିଆଯାଇଛି ବୋଲି ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି।
ଛତର୍ ଯାତ୍ରା ପୂର୍ବରୁ ଅର୍ଥାତ ଅକ୍ଟୋବର ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ସହରକୁ ସଟ୍ଡାଉନ୍ କରାଯାଇ ସହରର ପ୍ରବେଶପଥ ଗୁଡ଼ିକୁ ସିଲ୍ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଟେଲିଭିଜନ ମାଧ୍ୟମରେ ଯାତ୍ରାର ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ବୈଠକରେ ସୂଚନା ଦେଇଛନ୍ତି ।