ବୈଦୁତିକ ଗଣମାଧ୍ୟମ ଅପେକ୍ଷା ଡିଜିଟାଲ ମିଡିଆରେ ଖବର ଅଧିକ ଭାଇରାଲ ହୁଏ : ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ

0 731
greentech

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ବୈଦୁତିକ ଗଣମାଧ୍ୟମ ପାଇଁ ମାନକ ପ୍ରସ୍ତୁତ କରିବା ମାମଲାରେ ଆଜି(ଗୁରୁବାର) ସୁପ୍ରିମକୋର୍ଟ ଶୁଣାଣି ହେବାର ଅଛି। କେନ୍ଦ୍ର ସରକାର କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ବୈଦୁତିକ ଗଣମାଧ୍ୟମ ଅପେକ୍ଷା ଡିଜିଟାଲ ମିଡିଆକୁ ଦେଖିବା ଦରକାର। ମୁଖ୍ୟଧାରର ମିଡିଆରେ ପ୍ରକାଶନ ଓ ପ୍ରସାରଣ ତ ଗୋଟେ ଥର ପାଇଁ ହୁଏ, କିନ୍ତୁ ଡିଜିଟାଲ ମିଡିଆର ବ୍ୟାପକ ରୂପରେ ଦର୍ଶକଙ୍କ ବହୁତ ସଂଖ୍ୟା ପାଠକଙ୍କର ରହିଛି। ଏଥିରେ ହ୍ବାଟସଆପ୍, ଟୁଇଟର, ଫେସବୁକ୍ ଭଳି ଇଲୋଟ୍ରୋନିକ୍ସ ମିଡିଆ କାରଣରୁ ଭାଇରାଲ ହେବାର ସମ୍ଭାବନା ରହିଛି।

ଡିଜିଟାଲ ମିଡିଆର ଗମ୍ଭୀର ପ୍ରଭାବ ଓ କ୍ଷମତାକୁ ଦେଖି ଯଦି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନିଅନ୍ତୁ। ବୈଦୁତିକ ଗଣମାଧ୍ୟମ ତୁଳନାରେ ଡିଜିଟାଲ ମିଡିଆ ସମ୍ପର୍କରେ ନିଆଯିବା ଦରକାର। କାରଣ ପୂର୍ବରୁ ହିଁ ଇଲୋଟ୍ରୋନିକ୍ସ ମିଡିଆ ଓ ପ୍ରିଣ୍ଟ ମିଡିଆ ସମ୍ପର୍କରେ ପର୍ଯ୍ୟାପ୍ତ ରୂପରେଖ ଓ ନ୍ୟାୟିକ ଘୋଷଣା ରହିଛି। ଆବେଦନ ଏକ ନ୍ୟୁଜ ଚ୍ୟାନେଲ ସୁଦର୍ଶନ ଟିଭି ପର୍ଯ୍ୟନ୍ତ ରହିଛି, ତେଣୁ ସୁପ୍ରିମକୋର୍ଟ ଗାଇଡଲାଇନ୍ ଜାରି କରିବା ପାଇଁ ଆମିକସ୍ କ୍ୟୁରୀ କିମ୍ବା କମିଟି ଗଠନ କରିବାର ଦରକାର ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.

17 + seven =

error: Content is protected !!
Open chat