ପୁରୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କଙ୍କଡ଼ା ଶରୀରରେ ଠାକୁରଙ୍କ ଛବି! ନିରେଖିଲେ ଠାକୁରଙ୍କ ନୃସିଂହ ଅବତାରର ଦୃଶ୍ୟ । ଏହି ବିଚିତ୍ର କଙ୍କଡ଼ା ଦେଖିବାକୁ ପେଣ୍ଠକଟାରେ ଭିଡ଼ ଲାଗିଛି । ପେଣ୍ଠକଟା ବେହେରା ସାହିର ଜନାର୍ଦ୍ଦନ ବେହେରା । ସେ ଜଣେ ମାଛ ବ୍ୟବସାୟୀ ।
ରବିବାର ଅପରାହ୍ନରେ ମାଛ ଆଣିବାକୁ ପେଣ୍ଠକଟା ସମୁଦ୍ରକୂଳ ସେ ଯାଇଥିଲେ । ନୋଳିଆଙ୍କ ଜାଲରେ ମାଛ ସହ ଏହି ଚିତ୍ରିତ କଙ୍କଡ଼ା ପଡ଼ିଥିବା ଜନାର୍ଦ୍ଦନ ଦେଖିବାକୁ ପାଇଥିଲେ । ମାଛ ସହ ସେହି କଙ୍କଡ଼ାଟିକୁ ଘରକୁ ନେଇ ଆସିଥିଲେ । ପେଣ୍ଠକଟା ନୋଳିଆଙ୍କ ଜାଲରେ ସମୁଦ୍ରରୁ ଏହି କଙ୍କଡ଼ା ଧରାପଡ଼ିଛି । ବର୍ତ୍ତମାନ କଙ୍କଡ଼ା ଟିକୁ ଦେଖିବାକୁ ତାଙ୍କ ଘରେ ଭିଡ଼ ଲାଗିଛି ।