ଜମ୍ମୁ/ ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୮-୦୯-୨୦ : ମାତା ବୈଷ୍ଣୋ ଦେବୀଙ୍କ ଭକ୍ତମାନଙ୍କ ପାଇଁ ଖୁସି ଖବର। ଏଣିକି ମାତା ବୈଷ୍ଣୋ ଦେବୀଙ୍କ ଲାଇଭ୍ ଭର୍ଚୁଆଲ ଦର୍ଶନ ମିଳିବ ମୋବାଇଲ୍ ଆପ୍ରେ ଏବଂ ମାତାଙ୍କ ପ୍ରସାଦର ହେବ ହୋମ୍ ଡେଲିଭରି। ଯେଉଁ ଭକ୍ତମାନେ ଜମ୍ମୁର କଟ୍ରା ସ୍ଥିତ ମାତା ବୈଷ୍ଣୋ ଦେବୀଙ୍କ ଦରବାରକୁ ଦର୍ଶନ ପାଇଁ କଷ୍ଟସାଧ୍ୟ ଯାତ୍ରା କରି ଯାଇପାରୁ ନାହାନ୍ତି ସେମାନେ ଏବେ ଘରେ ବସି ନିଜ ମୋବାଇଲରେ ମାତାଙ୍କ ଦର୍ଶନ କରିପାରିବେ ଓ ମାତାଙ୍କ ପୂଜା ଓ ହଭନ୍କୁ ମଧ୍ୟ ଦେଖିପାରିବେ। ଖାଲି ଏତିକି ନୁହେଁ ମାତାଙ୍କ ପ୍ରସାଦକୁ ମଧ୍ୟ ନିଜ ଘରକୁ ଅନ୍ଲାଇନ୍ରେ ମଗାଇ ପାରିବେ।
ମାତା ବୈଷ୍ଣୋ ଦେବୀଙ୍କ ପ୍ରସାଦର ହୋମ୍ ଡେଲିଭରି ସେବାର ଶୁଭାରମ୍ଭ ଜମ୍ମୁ- କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଆଜି (ସୋମବାର) ଆନୁଷ୍ଠାନିକ ଭାବେ ଆରମ୍ଭ କରିଛନ୍ତି। ତେବେ, ମାତା ବୈଷ୍ଣୋ ଦେବୀଙ୍କ ଭର୍ଚୁଆଲ ଦର୍ଶନ ଆପ୍କୁ ଆସନ୍ତା ଅକ୍ଟୋବର ୧୭ ତାରିଖରେ ନବରାତ୍ରର ଆରମ୍ଭ ଦିନ ମାତା ବୈଷ୍ଣୋ ଦେବୀ ଟ୍ରଷ୍ଟ ପକ୍ଷରୁ ଲୋକାର୍ପଣ କରାଯିବ ବୋଲି ଜାଣିବାକୁ ମିଳିଛି। ଏହି ଭର୍ଚୁଆଲ ଦର୍ଶନ ଆପ୍ ଉଭୟ ଏଣ୍ଡ୍ରଏଡ୍ ଏବଂ ଆଇଏସ୍ଓ ମଡେଲରେ କାର୍ଯ୍ୟକ୍ଷମ ହେବ।
ତେବେ, ଆଜିଠାରୁ ଅନ୍ଲାଇନରେ ହୋମ୍ ଡେଲିଭରି କରାଯାଉଥିବା ମାତା ବୈଷ୍ଣୋ ଦେବୀଙ୍କ ପ୍ରସାଦର ତିନିଟି ଶ୍ରେଣୀ ଅଛି- ଏହାର ମୂଲ୍ୟ ୫୦୦, ୧୧୦୦ ଏବଂ ୨୧୦୦ ଟଙ୍କା ରହିଛି। ପ୍ରସାଦରେ ଶୁଖିଲା ଫଳ, ମିଶ୍ରିତ ପ୍ରସାଦ, ଥଳି ପ୍ରସାଦ, ଦୁଇଟି ପ୍ୟାକେଟ୍ ରକ୍ଷା ସୂତ୍ର (ଧାର୍ମିକ ସୂତା)- ନାଲି ଏବଂ କଳା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଉପଲବ୍ଧ ହୋଇପାରୁଛି।
ଭକ୍ତ ଓ ଶ୍ରଦ୍ଧାଳୁମାନେ ୱେବସାଇଟ୍ରେ ବୁକିଂ କଲାପରେ ସେମାନଙ୍କ ନାମରେ ପୂଜା କରାଯାଇ ୭୨ ଘଣ୍ଟା ମଧ୍ୟରେ ମାତାଙ୍କ ପ୍ରସାଦ ଦର୍ଶକମାନଙ୍କ ଘରକୁ ପଠାଇ ଦିଆଯାଉଛି ବୈଷ୍ଣୋ ଦେବୀ ଟ୍ରଷ୍ଟ ବୋର୍ଡର ସିଇଓ କୁମାର ଜାଙ୍ଗିଦ୍।