ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୨୯/୦୯ : ଆଜି ରାଜଗାଙ୍ଗପୁର ସହରର ବ୍ୟସ୍ତବହୁଳ ସୁବାଷ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେରେ ଥିବା ‘ମାନାପୂରଣ ଗୋଲଡ଼ ଲୋନ ବ୍ୟାଙ୍କ’ ବ୍ରାଞ୍ଚରେ ସନ୍ଧ୍ୟା ୪.୦୫ ଘଟିକା ସମୟରେ ୫ ଜଣ ଦୁର୍ବୃତ୍ତ ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଆତର୍କିତ ଭାବେ ବ୍ୟାଙ୍କ ଭିତରକୁ ପଶି କର୍ମଚାରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବ୍ୟାଙ୍କରେ ଥିବା ସୁନା ଓ ଟଙ୍କା ମାଗିଥିଲେ । ଏହି ସମୟରେ ଅନ୍ୟ ଜଣେ କର୍ମଚାରୀ ବ୍ୟାଙ୍କରେ ଥିବା ସାଇରନକୁ ବଜାଇ ଦେେବାରୁ ଭୟରେ ଡ଼କାୟ ମାନେ ସେଠାରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ବ୍ୟାଙ୍କ କର୍ମଚାରୀ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଡ଼କାୟତରୁ ରକ୍ଷା ମିଳିଛି।ବ୍ୟାଙ୍କର କୌଣସି ପ୍ରକାରର କ୍ଷତି ହୋଇନଥିବା ସୂଚନା ମିଳିଛି।
ଖବର ପାଇବା ପରେ ସେଠାରେ ରାଜଗାଙ୍ଗପୁର ପୋଲିସ ପହଞ୍ଚିଛି । ରାଜଗାଙ୍ଗପୁର ଥାନାର ଅଧିକାରୀମାନେ ଆସି ବ୍ୟାଙ୍କରେ ଥିବା ସି ସି ଟିଭି ଯାଞ୍ଚ କରିବା ସହ ଚୋର ମାନଙ୍କ ପାଖରେ ପହଞ୍ଚିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି ।ସହରରେ ଦିନକୁ ଦିନ ଚୋରି ଓ ଡ଼କାୟତି ବଢ଼ିବାରେ ଲାଗିଛି। ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ ରାଜଗାଙ୍ଗପୁର ପୋଲିସ ଏକ ବଡ଼ ଚୋର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଥିଲା । ଆଜି ଘଟଣାର ଅଭିଯୁକ୍ତ ମାନଙ୍କୁ ଧରିବା ଏବେ ରାଜଗାଙ୍ଗପୁର ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।