![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ : ଉତ୍ତରାଖଣ୍ଡର ଚାରିଧାମ ଦେବସ୍ଥାନମ ବୋର୍ଡକୁ ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀଙ୍କ ପରିବାର ତରଫରୁ ୫ କୋଟି ଟଙ୍କା ଦାନ କରାଯାଇଛି । ମୁକେଶଙ୍କ ପୁଅ ଅନନ୍ତ ଏହି ଦାନ କରିଛନ୍ତି । କରୋନା ସଂକ୍ରମଣ ଜନିତ ଲକ୍ଡାଉନ ଯୋଗୁ ଏହି ବୋର୍ଡ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲା । ଏମିତିକି ନିଜର କର୍ମଚାରୀଙ୍କୁ ଦରମା ଦେବା ପାଇଁ ସମର୍ଥ ହେଉନଥିଲା । ତେଣୁ ବୋର୍ଡକୁ କିଛି ଆର୍ଥିକ ସହାୟତା ଦେବା ପାଇଁ ଏହାର ଅତିରିକ୍ତ ସିଇଓ ବି ଡି ସିଂ ଅମ୍ବାନୀ ପରିବାରକୁ ନିବେଦନ କରିଥିଲେ । ଏହି ନିବେଦନକୁ ଅମ୍ବାନୀ ପରିବାର ଗ୍ରହଣ କରିଥିଲା ।