ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ଦଳକୁ ଶକ୍ତିଶାଳୀ କରିବା ମନ୍ତ୍ର ଦେବେ ପୁରନ୍ଦେଶ୍ୱରୀ

0 749
greentech

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ୪ଟି ପର୍ଯ୍ୟାୟରେ ଏହି ବୈଠକ ହେବ। ସମସ୍ତ ଜିଲ୍ଲା ସଭାପତି, ପ୍ରଭାରୀ, ପଦାଧିକାରୀ, ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହ ବୈଠକ ହେଉଛି। ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି। ୩୬ ସାଂଗଠାନିକ ଜିଲ୍ଲାର ସଭାପତିଙ୍କ ସହ ବୁଥ ସ୍ତରରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ପୁରନ୍ଦେଶ୍ୱରୀ ମନ୍ତ୍ର ଦେବେ। ଆଜି ଦିନ ତମାମ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଚାଲିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.

9 + 20 =

error: Content is protected !!
Open chat