ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ଦ୍ୱାରା ପରିଚାଳିତ +୨ ପରୀକ୍ଷା ତାରିଖ ବୁଧବାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’ ୧୮ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୨ ତାରିଖ ପର୍ୟ୍ୟନ୍ତ ଚାଲିବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେହିପରି ମେ’ ୨୮ ତାରିଖରୁ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହେବ।
ମନ୍ତ୍ରୀଙ୍କ ସୂଚନାନୁଯାୟୀ, +୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ମେ’ ୧୮ରୁ ଆରମ୍ଭ ହେବ। ତେବେ ବିଜ୍ଞାନ ପରୀକ୍ଷା ଚଳିତ ଥର ଇଂରାଜୀ ପରିବର୍ତ୍ତେ ଫିଜିକ୍ସ ବିଷୟରୁ ଆରମ୍ଭ ହେବ। ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରବେଶିକା ପରୀକ୍ଷା ତାରିଖକୁ ଦେଖି ଏଥର ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।