![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କେନ୍ଦ୍ର ସୂଚନା ଓ ପ୍ରସାଣଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଯେ, ନୂତନ ଡିଜିଟାଲ ସମ୍ବାଦ ପ୍ରକାଶନ ନିୟମ ଡିଜିଟାଲ ସମ୍ବାଦ ପ୍ରକାଶକଙ୍କ ଉପରେ କିଛିଟା ଦାୟିତ୍ୱ ନ୍ୟସ୍ତ କରିଛି। ଭିଡିଓ କନ୍ଫରେନ୍ସିଂ ଜରିଆରେ ଡିଜିଟାଲ ସମ୍ବାଦ ପ୍ରକାଶ ସଂଘ ସହ ଡିଜିଟାଲ ମିଡିଆ ନୈତିକତା କୋର୍ଡ ସମ୍ପର୍କରେ ଆଲୋଚନା ସମୟରେ ସେ ଏହା କହିଛନ୍ତି। ଏହି ଆଲୋଚନାରେ ଇଣ୍ଡିଆ ଟୁଡେ, ଦୈନିକ ଭାସ୍କର, ହିନ୍ଦୁସ୍ଥାନ ଟାଇମ୍ସ, ଇଣ୍ଡିଆନ ଏକ୍ସପ୍ରେସ, ଟାଇମସ ଅଫ ଇଣ୍ଡିଆ, ଏବିପି, ଇନାଡୁ, ଦୈନିକ ଜାଗରଣ ଓ ଲୋକମତର ପ୍ରତିନିଧି ଯୋଗ ଦେଇଥିଲେ।
ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଯେ, ସାମ୍ବାଦିକତା ଆଚରଣ ଏବଂ କେବୁଲ ଟେଲିଭିଜନ ନେଟୱାର୍କ ଅଧିନିୟମ ଅନୁଯାୟୀ ନାଗରିକମାନଙ୍କ ଅଭିଯୋଗର ସମାଧାନ ପାଇଁ ଏକ ତ୍ରିସ୍ତରୀୟ ଅଭିଯୋଗ ସମାଧନା ବ୍ୟବସ୍ଥା ରହିବ ଯେଉଁଥିରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଡିଜିଟାଲ ସମ୍ବାଦ ପ୍ରକାଶକ ଏବଂ ସେମାନଙ୍କ ଦ୍ୱାରା ଗଠିତ ସ୍ୱନିୟାମକ ସଂସ୍ଥାଗୁଡିକ କାର୍ଯ୍ୟ କରିବେ। ଫଳରେ ଡିଜିଟାଲ ସମ୍ବାଦ ପ୍ରକାଶକମାନେ ମଧ୍ୟ ମନ୍ତ୍ରଣାଳୟକୁ କିଛି ମୌଳିକ ସୂଚନା ପ୍ରଦାନ କରିବେ ଏବଂ ପର୍ଯ୍ୟାୟକ୍ରମେ ସେମାନଙ୍କ ଦ୍ୱାରା ଅଭିଯୋଗରେ ସମାଧାନପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡିକୁ ମଧ୍ୟ ସାର୍ବଜନୀନ କରିବେ। ସେ କହିଛନ୍ତି, ଏହି ବ୍ୟବସ୍ଥା ଲାଗୁ ହେଲେ ଡିଜିଟାଲ ଗଣମାଧ୍ୟମ ସମ୍ବାଦ ଆଇନ ପରିସରଭୁକ୍ତ ହୋଇପାରିବ।