ନୂଆଦିଲ୍ଲୀ, ୫/ ୪: ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏପରିକି ବିଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ ବୋଲି ସୂଚନା ରହିଛି।
ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ଏହି ବୈଠକ ୮ ତାରିଖ ସନ୍ଧ୍ୟା ୬ଟା ୩୦ ସମୟରେ ହେବ। ବୈଠକରେ ଦେଶରେ କରୋନା ସଂକ୍ରମଣ ରୋକିବା ଦିଗରେ ଆଲୋଚନା ହେବ। ଅର୍ଥାତ୍ ସାରା ଦେଶରେ ପୁଣିଥରେ ଲକ୍ଡାଉନ୍, କର୍ଫ୍ୟୁ ଭଳି ପଦକ୍ଷେପ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ଦିନକ ପୂର୍ବରୁ ଅର୍ଥାତ୍ ଏପ୍ରିଲ ୪ ତାରିଖରେ ପିଏମ୍ ମୋଦୀ କରୋନା ସଂକ୍ରମଣ ବଢ଼ିବା ମାମଲାକୁ ଗୁରୁତ୍ବର ସହ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଯେଉଁଥିରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଟିକାକରଣ ନେଇ ଆଲୋଚନା କରିିିଥିଲେ। ବୈଠକରେ କ୍ୟାବିନେଟ୍ ସଚିବ, ପିଏମ୍ଙ୍କ ପ୍ରଧାନ ସଚିବ, ସ୍ବାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଡାକ୍ତର ବିନୋଦ ପାଲ ଉପସ୍ଥିତ ଥିଲେ।